Odia News Portal

ଆଇପିଏଲ୍-୧୪ : ଆରମ୍ଭରୁ ଜିତିଲା ଆରସିବି

ଚମକିଲେ ଡି ଭିଲିୟର୍ସ, ହର୍ଷଲ

ଚେନ୍ନାଇ : ଏକ ଦମଦାର ମ୍ୟାଚ୍ ସହ ଆରମ୍ଭ ହୋଇଛି ଆଇପିଏଲ ର ୧୪ତମ ସଂସ୍କରଣ । ପ୍ରଥମ ମ୍ୟାଚରେ ୫ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଥିସହ କ୍ରମାଗତ ନବମ ଥର ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ମମ୍ବାଇ ଇଣ୍ଡିଆନ୍ସ ପରାଜୟର ସ୍ଵାଦ ଚାଖିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୯ ୱିକେଟ ହରାଇ ୧୫୯ ରନ୍ କରିଥିବାବେଳେ ବାଙ୍ଗାଲୋର ୨୦ ଓଭରରେ ୮ ୱିକେଟ ହରାଇ ୧୬୦ ରନ୍ କରି ବିଜୟୀ ହୋଇଥିଲା । ବାଙ୍ଗାଲୋର ବୋଲର ହର୍ଷଲ ମେହଟା ୫ ୱିକେଟ ନେଇ ମ୍ୟାଚର ଷ୍ଟାର ଖେଳାଳି ବିବେଚିତ ହୋଇଥିଲେ । ଦଳ ପକ୍ଷରୁ ଏବି ଡି ଭିଲିୟର୍ସ ୪୮ ରନ କରିଥିଲେ ।

Harshal Patel of Royal Challengers Bangalore successfully appeals for the wicket of Hardik Pandya of Mumbai Indians during match 1 of the Vivo Indian Premier League 2021 between Mumbai Indians and the Royal Challengers Bangalore held at the M. A. Chidambaram Stadium, Chennai on the 9th April 2021. Photo by Faheem Hussain / Sportzpics for IPL

ବିନା ଦର୍ଶକରେ ଚେନ୍ନାଇରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ବିରାଟ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ମୁମ୍ବାଇ ପାଇଁ ପ୍ରଥମ ମ୍ୟାଚ୍ ଖେଳୁଥିବା କ୍ରିସ୍ ଲୀନଙ୍କ ଅଧିନାୟକ ରୋହିତ ଶର୍ମା ଇନିଂସ୍ ଅ ।ରମ୍ଭ କରିଥିଲେ । ରୋହିତ ୧୯ ରନ୍ କରି ରନ୍ ଅ ।ଉଟ ହୋଇଯାଇଥିଲେ । ସୂର୍ଯ୍ୟକୁମାର ୩୧ ରନ୍, ଲୀନ୍ ମଧ୍ୟ ୪୯ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ବନିଥିଲେ । ଈଶାନ କିଶନ (୨୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧୩) ହର୍ଷ ପଟେଲଙ୍କ ବଲରେ ଅ ।ଉଟ ହେବାକୁ ଦଳୀୟ ସ୍କୋର ସାମାନ୍ୟ ଧିମା ହୋଇଯାଇଥିଲା । ଏକଦା ୨୦୦ରୁ ଅଧିକ ରନ୍ ସ୍କୋରକୁ ଲକ୍ଷ୍ୟ ରଖିଥିବା ମୁମ୍ବାଇ ୧୬୦ ରନ୍ ଅତିକ୍ରମ କରିବାକୁ ସଂଘର୍ଷ କରିଥିଲା । କୃନାଲ ପାଣ୍ଡ୍ୟା(୭) ବଡ଼ ଶଟ୍ ଖେଳି ଶେଷ ଓଭର୍ର ପ୍ରଥମ ବଲ୍ରେ ହର୍ଷଲ ପଟେଲଙ୍କ ତୃତୀୟ ଶିକାର ବନିଥିଲେ । ଏହାର ପରବର୍ତ୍ତୀ ବଲହରେସେ ବିସ୍ଫୋରକ କାଏରନ ପୋଲାର୍ଡ(୭)ଙ୍କ ୱିକେଟ ନେଇ ମୁମ୍ବାଇକୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲେୟ ସେହି ଓଭର୍ର ୪ର୍ଥ ବଲରେ ସେ ଡେବ୍ୟୁଟାଣ୍ଟ ମାରକୋ ଜାନ୍ସେନଙ୍କୁ କ୍ଲିନବୋଲ୍ଡ କରି ପ୍ରଥମଥର ପାଇଁ ଅ ।ଇପିଏଲରେ ୫ ୱିକେଟ ଦଖଲ କରିବାର ଗୌରବ ହାସଲ କରିଥିଲେ । ଶେଷ ବଲରେ ଯଶପ୍ରୀତ ବୁମରା ୧ ରନ୍ କରିବାକୁ ମୁମ୍ବାଇ ୯ ୱିକେଟ ହରାଇ ୧୫୯ ରନ୍ କରିଥିଲା ।

୧୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁର ଦୁଇ ଓପନର ବିରାଟ କୋହଲି ଓ ଓ୍ଵାଶିଂଟନ ସୁନ୍ଦର ପ୍ରଥମ ଓ୍ଵିକେଟ୍‌ରେ ୩୬ ରନ ଯୋଡିଥିଲେ। ଓ୍ଵାଶିଂଟନ ସୁନ୍ଦର(୧୦)ଙ୍କୁ ଆଉଟ୍ କରି କୃଣାଲ ପାଣ୍ଡ୍ୟା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ରଜତ ପାଟିଦାର(୮) କିଛି ଖାସ୍ କରି ପାରିନଥିଲେ। ଏହା ପରେ କୋହଲି ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ଦ୍ରୁତ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ରେ ୫୨ ରନ ଯୋଡିଥିଲେ। କ୍ରିଜରେ ଜମି ଆସିଥିବା ବିରାଟ କୋହଲିଙ୍କୁ ଯଶପ୍ରୀତ ବୁମରା ୧୪ତମ ଓଭରରେ ଆଉଟ୍ କରି ଦଳକୁ ବହୁତ ବଡ ସଫଳତା ଦେଇଥିଲେ। କୋହଲି ୨୯ ବଲ୍‌ରୁ ୪ ଚୌକା ସହ ୩୩ ରନ କରିଥିଲେ।
ବେଙ୍ଗାଲୁରୁ ବିଜୟ ଆଡକୁ ଗତି କରୁଥିବା ବେଳେ ୧୫ତମ ଓଭର ବୋଲିଂ କରିଥିବା ମାର୍କୋ ଜନସେନ ଏହି ଓଭରରେ ଗ୍ଲେନ ମ୍ୟାକ୍ସଓ୍ଵେଲ ଓ ଶାହବାଜ ଅହମ୍ମଦ(୧)ଙ୍କ ଆଉଟ୍ କରି ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲ। ମ୍ୟାକ୍ସଓ୍ଵେଲ ୨୮ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୩୯ ରନର ଦ୍ରୁତ ବ୍ୟାଟିଂ କରି ଆଉଟ୍ ହୋଇଥିଲେ। ଏହା ପରେ ଡାନିଏଲ କ୍ରିଷ୍ଟିୟାନ(୧)ଙ୍କୁ ବୁମରା ଆଉଟ୍ କରିଥିଲେ। ହେଲେ ଅନ୍ୟପଟେ ଏବି ଡିଭିଲିୟର୍ସ କ୍ରିଜ୍‌ରେ ଜମି ରହି ବେଙ୍ଗାଲୁରୁର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଶେଷ ଓଭରରେ ବେଙ୍ଗାଲୁରୁକୁ ୭ ରନ ଦରକାର ଥିବା ବେଳେ ଏବି ଡିଭିଲିୟର୍ସ ଶେଷ ଓଭରରେ ୪୮ ରନ କରି ଆଉଟ୍ ହୋଇଥିଲେ।। ଡିଭିଲିୟର୍ସ ୨୭ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୮ ରନ କରିଥିଲେ। ବେଙ୍ଗାଲୁରୁ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୦ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମରା ୨୬ ରନ ଦେଇ ୨ ଏବଂ ମାକ୍ରୋ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଡଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।