Odia News Portal

କାଲିଠୁ ଆଇପିଏଲ୍: କୋହଲି-ରୋହିତ ଲଢ଼େଇ

ଚେନ୍ନାଇ : କରୋନାର ଭୟ ମଧ୍ୟରେ ଆସନ୍ତାକାଲିଠାରୁ ଇଣ୍ଡିଆନ୍ ପି୍ରମିୟର ଲିଗ୍ (ଆଇପିଏଲ୍) ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ । ତେଣୁ ଚଳିତ ବର୍ଷ କ୍ରିକେଟପ୍ରେମୀମାନେ ଟିଭି ପରଦାରେ ହିଁ ଏହାର ମଜା ନେବେ ।

ପ୍ରଥମ ମ୍ୟାଚ୍ ଏମ୍.ଏ. ଚିଦାମ୍ବରମ୍, ଚେପକ ଚେନ୍ନାଇରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଦୁଇ ଦଳ ଏଠାରେ କଡ଼ା ଅଭ୍ୟାସ କରିଛନ୍ତି । ୫ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆାନ୍ସ ଅ ।ଇପିଏଲ ଇତିହାସରେ ବିରାଟ କୋହଲିଙ୍କ ଟିମ ଆରସିବି ଉପରେ ସବୁବେଳେ ଭାରି ପଡିଛି । ଅ ।ରସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏବେ ସୁଦ୍ଧା ଖେଳାଯାଇଥିବା ୨୯ ମ୍ୟାଚ୍ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଥର ବାଜି ମାରିଛି । ଆରସିବି ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି ।

ଲଗାତାର ଦ୍ୱିତୀୟ ବର୍ଷ କରୋନା ଭାଇରସ୍ ଯୋଗୁଁ ଅ ।ଇପିଏଲ୍ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ । ଆଇପିଏଲ୍ ପ୍ରଶଂସକ ମୋବାଇଲ ଓ ଟିଭିରେ ମ୍ୟାଚ ଦେଖିପାରିବେ । ଏଥର ଅ ।ଇପିଏଲ୍ ମ୍ୟାଚ୍ ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯିବୟ କୌଣସି ଟିମ୍ ଘରୋଇ ମଇଦାନରେ ମ୍ୟାଚ ଖେଳିବନି ।
ଅ ।ଇପିଏଲ୍ ୨୦୨୧ ପ୍ରଥମ ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢେ ୭ଟା ସମୟରେ ଖେଳାଯିବ । ଟସ ୭ଟା ରେ ହେବ । ମ୍ୟାଚ୍ ପ୍ରସାରଣ ସ୍ତର ସ୍ପୋର୍ଟ୍ସ ନେଟୱାର୍କରେ ପ୍ରସାରିତ ହେବ । ମ୍ୟାଚର ଲାଇଭ୍ ଷ୍ଟି୍ରମିଙ୍ଗ୍ ଡିଜନି ପ୍ଲସ୍ ହଟଷ୍ଟାରରେ ଦେଖିପାରିବେ ।


ଅ ।ଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି । ଯଦି ସମଗ୍ର ଅ ।ଇପିଏଲରେ କ୍ରିକେଟରଙ୍କ ନିକଟତର କେହି ଅଛନ୍ତି, ତେବେ ଏହା ବ୍ରଡକାଷ୍ଟିଂ ଟିମ୍ ହେବ । ଏହାକୁ ଧ୍ୟାନରେ ରଖି ସମଗ୍ର ଟୁର୍ଣ୍ଣାମେଣ୍ଟରେ ପ୍ରସାରଣ ଦଳର ୧୦ ହଜାରରୁ ଅଧିକ ଆରଟିପିସିଆର୍ ପରୀକ୍ଷା କରାଯିବ । କେବଳ ଏତିକି ନୁହେଁ, ଷ୍ଟାର ସ୍ପୋର୍ଟସର ସିଇଓ ସଂଯୋଗ ଗୁପ୍ତା ପ୍ରକାଶ କରିଛନ୍ତି ଯେ, ସମଗ୍ର ଟୁର୍ନାମେଣ୍ଟରେ ବ୍ରଡକାଷ୍ଟର ପାଇଁ ·ରିଟି ବାୟୋ ବବୁଲ ରେ ଏକାଠି କାମ କରିବେ । ସାମାନ୍ୟ ଥଣ୍ଡା ହୋଇଥିେଲେ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସଞ୍ଜୋଗ ଗୁପ୍ତାଙ୍କ ଅନୁଯାୟୀ କ୍ରିକେଟରଙ୍କୁ ବାଦ ଦେଇ ସାତ ଶହ ପଚାଶ ବ୍ରଡକାଷ୍ଟିଂ କ୍ରୁ ସଦସ୍ୟ ଏବଂ ସମୀକ୍ଷକ ବର୍ତ୍ତମାନ ବାୟୋ ବବୁଲରେ ଅଛନ୍ତି ।

ଅ ।ରସିବି – ବିରାଟ କୋହଲି, ଏବି ଡି ଭିଲିୟର୍ସ, ୟୁଜବେନ୍ଦ୍ର ଚହଲ, ଦେବଦତ୍ତ ପଡିକ୍କଲ, ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ, ନବଦ୍ୱୀପ ସାଇନି, ଏଡମ ଜାମ୍ପା, ଶାହାବାଜ ଅହମ୍ମଦ, ଫିନ୍ ଅ ।ଲେନ୍, କେନ୍ ରି·ର୍ଡସନ, ଗ୍ଲେନ ମ୍ୟାକ୍ସୱେଲ୍, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଅ ।ଜାହରୁଦ୍ଦିନ, ହର୍ସଲ ପଟେଲ, ସୁୟେଶ ପ୍ରଭୁଦେସାଇ, କେ.ଏସ୍ ଭରତ, କାଇଲ୍ ଜେମିସନ୍, ଡାନିଏଲ୍ ଖ୍ରୀଷ୍ଟିଆନ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଧବଳ କୁଲକର୍ଣୀ, ହାର୍ଦିକ ପାଣ୍ଡ୍ୟା, ଈଶାନ କିଷାନ, ଯଶପ୍ରୀତ ବୁମରାହ, ଜୟନ୍ତ ଯାଦବ, କିରୋନ ପୋଲାଇ, କ୍ରୁଣାଲ ପାଣ୍ଡ୍ୟା, କ୍ୱିଣ୍ଟନ୍ ଡିକକ୍, ରାହୁଲ ·ହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, କ୍ରିସ୍ ଲିନ୍, ସୌରଭ ତିୱାରୀ, ମୋହସିନ ଖାନ, ଏଡମ ମିଲ୍ନେ, ନାଥନ କୁଲ୍ଟର ନାଇଲ୍, ପିୟୁଷ ·ୱଲା, ମାର୍କୋ ଜେନ୍ସର, ଯୁଦ୍ଧବୀର ସିଂହ, ଜେମ୍ସ ନିଶନ, ଅର୍ଜୁନ ତେନ୍ଦୁଲକର ।