ନୂଆଦିଲ୍ଲୀ : ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ଆଇଆଇଟି ଖଡଗପୁରରେ ଏହାର ଆୟୋଜନ କରାଯିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗୁରୁବାର ଘୋଷଣା କରିଛନ୍ତି ଯେ, ଜେଇଇ ଆଡଭାନ୍ସଡ୍ ପରୀକ୍ଷା ୨୦୨୧ ଜୁଲାଇ ୩ରେ ଆୟୋଜନ କରାଯିବ। ଏଥିସହ ଆଇଆଇଟିରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଥିବା ୭୫ ପ୍ରତିଶତ ମାର୍କ ସିଷ୍ଟମକୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷାର ଆୟୋଜନ ଆଇଆଇଟି ଖଡଗପୁର ଦ୍ଵାରା କରାଯିବ।