ରାୟଗଡ: ରାୟଗଡ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵସିଂ ଆଜି ରାୟଗଡ ପୌରପରିଷଦ ଗସ୍ତ କରି ସହରରେ କାର୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ପୌର ନିର୍ବାହୀ ଅଧିକାରୀ ୟାସସିର ଅହମଦ,ଆର ଏଣ୍ଡ ବି ନିର୍ବାହୀଯନ୍ତ୍ରୀ ଯମୁନା ବେହେରା, ସହାକାରୀ ଯନ୍ତ୍ରୀଙ୍କ ସହିତ ଆରକେ ନଗର ରେ ନିର୍ମାଣଧୀନ ଅଡିଟୋରିଉମ, ଆମ୍ବଗୁଡା ଠାରେ ନିର୍ମାଣଧୀନ ବିଜୁପଟନାୟକ ଇଣ୍ଡର ଷ୍ଟାଡିୟମ ପରିଦର୍ଶନ କରି ପ୍ରକଳ୍ପ ଗୁଡ଼ିକର କାର୍ୟ୍ୟର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ଭିତରେ କାର୍ୟ୍ୟ ସଂପୂର୍ଣ୍ଣ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅଂଟାରୀଗୁଡ଼ାରେ ସ୍ଥାପିତ ମଳ ବିଶୋଧନାଗାର ଏବଂ ମାକ୍ର କମ୍ପଷ୍ଟଙ୍ଗ(ଜ୍ଞସମକ୍ସକ୍ଟ ମକ୍ଟଜ୍ଞକ୍ଟ୍ରକ୍ଟଗ୍ଦଗ୍ଧସଦ୍ଭଶ ଉରଦ୍ଭଗ୍ଧକ୍ସର) ପରିଦର୍ଶନ କରି ଏହାର ପରିଚାଳନା ସମ୍ବନ୍ଧରେ ସମୀକ୍ଷା କରିଥିଲେ ଏବଂ ବର୍ଜ୍ୟର ପୃଥକିରଣ ଉପରେ ଧ୍ୟାନ ଦେବାକୁ କର୍ମଚାରୀ ମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପକୁ ହାତକୁ ନେଇ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ଓ ଉତ୍ସାହିତ କରିଥିଲେ । ଏହି ପରିଦର୍ଶନ ସମୟରେ ପୌରପରିଷଦର ଆନ୍ୟନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
