Odia News Portal

ପ୍ରିୟଙ୍କାଙ୍କ ଲାଗି କଂଗ୍ରେସ ଛାଡ଼ିଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ୟୁପିରେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ପଦକ୍ଷେପ ଲାଗି କଂଗ୍ରେସ ଛାଡ଼ି ବିଜେପି ଯୋଗ ଦେଇଛନ୍ତି ଜିତିନ୍ ପ୍ରସାଦ । ତେବେ ଏକଥା ଆମେ କହୁନାହୁଁ ଆଜି ବିଜେପିରେ ଯୋଗ ଦେବାପରେ ରାଜନୈତିକ ପଣ୍ଡିତମାନେ ଏଭଳି ମତ ଦେଇଛନ୍ତି । ୨୦୧୯ ନିର୍ବାଚନ ସମୟରୁ ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା । ସେହି ସମୟରେ ସେ ବିଜେପିରେ ଯୋଗଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

ୟୁପିରେ ଅଜୟ ଲାଲୁଙ୍କୁ କମାଣ୍ଡ ଦାୟିତ୍ୱ ଦେଇଥିଲେ ପ୍ରିୟଙ୍କା । ଜିତିନଙ୍କୁ ଏକପ୍ରକାର ଅଲଗା ରଖାଯାଇଥିଲା । ତାଙ୍କର ଜିଲ୍ଲା ସଂଗଠକମାନଙ୍କୁ ମଧ୍ୟ ଦଳ ସେତିକି ପ୍ରାଧାନ୍ୟ ଦେଇନଥିଲା । ଏହାପରଠାରୁ ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ତେବେ ପଶ୍ଚିମବଙ୍ଗରେ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । କଂଗ୍ରେସର ଶୋଚନୀୟ ପରାଜୟ ହେବା ପରେ ସେ ଅଧିକ ଅସନ୍ତୁଷ୍ଟ ହୋଇପଡିଥିଲେ । ତେବେ ଏକଦା ୟୁପିରେ କଂଗ୍ରେସର ହେବିୱେଟ ନେତା କୁହାଯାଉଥିବା ଜିତିନ୍ ଏବେ ବିଜେପିରେ ଯୋଗ ଦେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ୨୦୨୨ରେ ଏଠାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କଣ ହେଉଛି ତାଉପରେ ରହିଛି ସମସ୍ତଙ୍କ ନଜର ।