Odia News Portal

କୈଳାଶ ପର୍ବତକୁ ନେଇ ରହିଛି ଅନେକ ରହସ୍ୟମୟ କ‌ଥା

 ହିନ୍ଦୁ ଧର୍ମରେ କୈଳାଶ ମାନସରୋବର ପର୍ବତକୁ ନେଇ ରହିଛି  ମାହାତ୍ମ୍ୟ। ଏହି ସ୍ଥାନକୁ ଭଗବାନ ଶିବଙ୍କର ନିବାସସ୍ଥଳ ବୋଲି ଗ୍ରହଣ କରାଯାଏ। ଏହା ବ୍ୟତୀତ କୈଳାଶ ପର୍ବତକୁ ଏକ ଅଦ୍ଭୁତ ପର୍ବତ ବୋଲି କୁହାଯାଏ। ହିନ୍ଦୁ ପୁରାଣରେ ଉଲ୍ଲେଖ ରହିଛି ଯେ, ଏହି ସ୍ଥାନକୁ ଯାଇ ଦର୍ଶନ କରି ଆସିଲେ ମୋକ୍ଷର ରାସ୍ତା ଖୋଲିଥାଏ। କୈଳାଶ ପର୍ବତର ଉଚ୍ଚତା ୬ ହଜାର ୬୦୦ ଫୁଟରୁ ଅଧିକ ହେବ, ଯାହାକି ଦୁନିଆର ସର୍ବଶ୍ରେଷ୍ଟ ଉଚ୍ଚତମ ପାହାଡ଼ ମାଉଣ୍ଟ ଏଭରେଷ୍ଟ ଠାରୁ ୨୨୦୦ ମିଟର କମ୍‌ ଅଟେ। ତଥାପି ମାଉଣ୍ଟ ଏଭରେଷ୍ଟରେ ଏ ପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଲୋକ ଚଢ଼ିସାରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବି କୈଳାଶ ପର୍ବତକୁ କେହି ଚଢ଼ିପାରିନାହାନ୍ତି। କିଛି ଗଣମାଧ୍ୟମ ସଂସ୍ଥା କହିଛନ୍ତି ଯେ, ୧୧୦୦ ଶତାବ୍ଦୀରେ ମିଲାରେପ୍ପା ନାମକ ଜଣେ ବୌଦ୍ଧ ‌ଯୋଗୀ କୈଳାଶ ପର୍ବତ ଚଢ଼ିଥିଲେ। କିନ୍ତୁ ସମ୍ପୁର୍ଣ୍ଣ ଚଢ଼ିପାରିନଥିଲେ, ବରଂ ସେହି ପାହାଡ଼ରୁ ଖସିଯାଇ ତାଙ୍କର ମୃତ୍ୟୁ ହୋଇଥିଲା।

ବଡ଼ବଡ଼ ବିଶେଷଜ୍ଞ ମାନଙ୍କର କହିବା କଥା ହେଲା, ଏ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ କୈଳାଶ ପର୍ବତକୁ କେହି ମଧ୍ୟ ଚଢ଼ିପାରିନାହାନ୍ତି। ବିଶ୍ବର ପ୍ରସିଦ୍ଧ ପର୍ବତାରୋହୀ କର୍ନଲ ଆର.ସି କହିଥିଲେ ଯେ, କୈଳାଶ ପର୍ବତର ତିକ୍ଷ୍ନପଥ ଓ ପ୍ରତି ମୁହୁର୍ତ୍ତରେ ବରଫ ଯେଉଁଭଳି ଭାବରେ ତରଳୁଛି, ସେହି ରାସ୍ତାରେ ପାହାଡ଼ ଚଢ଼ିବା ସବୁଠାରୁ ଭୟଙ୍କର ଅଟେ। ଯାହାକୁ ନେଇ କୌଣସି ବି ପର୍ବତାରୋହୀ ଆଜି ପର୍ଯ୍ୟନ୍ତ କୈଳାଶ ପର୍ବତ ଚଢ଼ିପାରିନାହାନ୍ତି।

କୈଳାଶ ପର୍ବତକୁ ନେଇ ଅନେକ ରହସ୍ୟମୟ କ‌ଥା ମଧ୍ୟ ସାମ୍ନାକୁ ଆସୁଛି। ଋଷର ପ୍ରମୁଖ ପର୍ବତାରୋହୀ ସରେଗ ସିଷ୍ଟିଆକୋବ କହିଛନ୍ତି ଯେ, ମୁଁ ଯେତେବେଳେ କୈଳାଶ ପର୍ବତ ଉପରେ ଚଢ଼ିବାକୁ ଚେଷ୍ଟା କଲି, ମୋ ଛାତି ଥରିବାକୁ ଲାଗିଲା, ଧିରେ ଧିରେ ଯେତେବେଳେ ତଳକୁ ଓହ୍ଲାଇବାକୁ ଲାଗିଲି, ସେତେବେଳେ ମନ ହାଲୁକା ହେଲା ପରି ଲାଗିଲା। ଏହାର କଣ କାରଣ ରହିଛି ମୁଁ ଜାଣିନାହିଁ”। ସୂଚନା ଥାଉକି କୈଳାଶ ପର୍ବତ ଉପରେ ଚଢ଼ିବାକୁ ୨୧ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୦୧ରେ ଚୀନ୍‌ର କିଛି ପର୍ବତାରୋହୀ ଚେଷ୍ଟା କରିଥିଲେ, ହେଲେ ସେମାନେ ମଧ୍ୟ ସମାନ କ‌ଥା କହିଥିଲେ, ଯେତେ ଚଢ଼ିଲେ ଦେହ ଥରୁଛି। ତେବେ କେଉଁଠି ନା କେଉଠି ଏବେ ସୁଦ୍ଧା କୈଳାଶ ପର୍ବତ ଉପରେ କେହି ବି ଚଢ଼ିପାରିନାହାନ୍ତି, ଏହା ସ୍ପଷ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ।