ଧର୍ମଗଡ଼ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପାଇଁ ଆଜି ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଉତ୍ସବ କମିଟି ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ କମିଟି, ମଞ୍ଚ ପ୍ରସ୍ତୁତି କମିଟି ଓ ପ୍ରଣାମ କଳାହାଣ୍ଡି କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଳାହାଣ୍ଡି ଉତ୍ସବ ଘୁମୁରା ୨୩ ପାଇଁ ପ୍ରଚାର ପ୍ରସାର କମିଟି ପକ୍ଷରୁ ଲୋଗୋ ଉନ୍ମୋଚିତ ହୋଇଛି । ଧର୍ମଗଡ ବିଡିଓ ଶରତ କୁମାର ସେଠି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ତହସିଲଦାର ହରେକୃଷ୍ଣ ବରିହା, ସହ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ ଗ୍ରାଉଣ୍ଡ ମ୍ୟାନେଜମେଣ୍ଟ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମୁନି, ମଞ୍ଚ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ହଳଧର ନିଆଲ, ପ୍ରଣାମ କଳାହାଣ୍ଡିର ଅଧ୍ୟକ୍ଷ ବିଦ୍ୟାଧର ସାହୁ, ପ୍ରଚାର ପ୍ରସାର କମିଟି ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ ସମେତ ହୃଷିକେଶ ମିଶ୍ର, ବୈଦ୍ୟନାଥ ବେହେରା, ଇଙ୍ଗିତ କୁମାର ପଣ୍ଡା, ଲିଙ୍ଗରାଜ ପାତ୍ର, ଗୋବିନ୍ଦ ଚନ୍ଦ୍ର ସାହୁ ରାଜେନ୍ଦ୍ର ମୁନି,ମାଧବ ଲହଜଲ, ଶ୍ରବଣ କୁମାର ଅଗ୍ରୱାଲ, ବିକାଶ ଭାରତୀ ସାହୁ, ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଉତ୍ସବ ସଂପର୍କିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।
ସୁଚନା ଓ ଲୋକସଂପର୍କ ଅଧିକାରୀ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.