କେନ୍ଦ୍ରାପଡ଼ା ଗୋପ ଠାରେ କୃଷକ ବିକାଶ ସମବାୟ ସମିତି ଲିଃ ର ନୂତନ ଅଫିସ ଗୃହ ସମିତି ର ସଭାପତି ଶ୍ରୀ ପ୍ରମୋଦ ସାହୁ ଙ୍କ ଦ୍ୱାରା ଉଦଘାଟନ ହେଇଯାଇଅଛି । ଏଥିରେ ସମିତି ର ଉପସଭାପତି ଶ୍ରୀମତୀ ପାର୍ବତୀ ନାୟକ, ସମିତି ର ନିର୍ଦେଶକ ସର୍ବଶ୍ରୀ ଅଭୟ ସାମଲ, ରବିନ୍ଦ୍ର ଧଳ, ରଞ୍ଜନ ସେଠୀ, ପ୍ରମୋଦ ସାମଲ,ମହେଶ୍ୱର ଜେନା, ଧର୍ମପଦ ମହାରଣା ଓ ଅନ୍ୟ ନିର୍ଦେଶକ ବୃନ୍ଦ ସମେତ ସମିତିର ସମ୍ପାଦକ ଶ୍ରୀ ଅରବିନ୍ଦ ସାହୁ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହା ଛଡା କେନ୍ଦ୍ରାପଡ଼ା ୠଣ ସମବାୟ ସମିତି ଲିଃ ର ସମ୍ପାଦକ ପ୍ରହଲ୍ଲାଦ ସାହୁ, ଜେନେରାଲ ମ୍ୟାନେଜେର ମନୋଜ ସାହୁ, ମୁଖ୍ୟ ଶାଖାର ବରିଷ୍ଠ ପରିଚାଳକ ରମେଶ ସେଠୀ, ପାରାଦ୍ୱୀପ ଶାଖାର ପରିଚାଳକ ଭବାନୀ ପରିଡା, ସହର ଶାଖାର ପରିଚାଳକ ଶାନ୍ତନୁ ପଣ୍ଡା ଓ ଅନ୍ୟନ୍ୟ ଶାଖାର କର୍ମଚାରୀ ସମେତ ବହୁ ଚାଷୀ, ବୁଦ୍ଧିଜୀବୀ ଯୋଗଦେଇ ଥିଲେ ।
ଏହି ଅବସରରେ ନବ ଗଠିତ ସମିତିର ପରିଚାଳନା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟତଃ ଚାଷୀ ମାନଙ୍କୁ ସରକାର ଙ୍କ ନିର୍ଦ୍ଧାରିତ ଦରରେ ସମିତି ପକ୍ଷରୁ ଯୋଗାଇଦିଆ ଯାଇଥିବା ଧାନ ବିହନ, ସାର ସମ୍ପର୍କରେ ସମୀକ୍ଷା କରାଯିବା ସହ ଚାଷୀମାନଙ୍କୁ ସଠିକ ସମୟରେ ବିଭିନ୍ନ କିସମର ସାର ତୁରନ୍ତ ଯୋଗାଇବା ବିଷୟରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
