Odia News Portal

ଖୋଲିବ ଶ୍ରୀ ବଳଦେବ ଜୀଉ ମନ୍ଦିର

କେନ୍ଦ୍ରାପଡ଼ା: ଖୋଲିବ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର। ଆସନ୍ତାକାଲି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଖୋଲିବାକୁ ଯାଉଛି । ଏଥିପାଇଁ ଆଜି ମନ୍ଦିର ଟ୍ରଷ୍ଟବୋର୍ଡର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଭିତରକୁ ଏକ ସମୟରେ ଶହେ ଶ୍ରଦ୍ଧାଳୁ ଧାଡିରେ ପ୍ରବେଶ କରିବେ।

ସେହିଭଳି କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଧାଡି ଜଗମୋହନ ପର୍ଯ୍ୟନ୍ତ ରହିବ। ଜଗମୋହନ ନିକଟରେ ସାମାଜିକ ଦୂରତା ଅବଲମ୍ବନ କରି ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କ ଦର୍ଶନ ଲାଭ କରି ପାରିବେ। ତେବେ ଅରୁଣ ସ୍ତମ୍ଭ ନିକଟରେ ଏବଂ ବାଟ ଦେଉଳ ପୂର୍ବରୁ ସେନସର୍ ବେସ୍ ସାନିଟାଇଜର୍ ବ୍ୟବସ୍ଥା କରାଯାଇଛି । ଏହିଠାରେ ମୁନସିପାଲିଟି କର୍ମଚାରୀମାନେ ରହି ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଶ୍ରଦ୍ଧାଳୁମାନଙ୍କର ସ୍କ୍ରିନିଙ୍ଗ୍ କରିବେ। ସେହିପରି ସେବାୟତ ତଥା ଦର୍ଶନ କରିବାକୁ ଆସିଥିବା ଭକ୍ତ ମାନଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।