Odia News Portal

କିଙ୍ଗ୍ସର ଉତ୍ସାହପୂର୍ଣ୍ଣ ବିଜୟ

ମୁମ୍ବାଇ : ପୁୁଣି ପରାସ୍ତ ହେଲା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଉପରେ କିଙ୍ଗସ୍‌ର ବିଶାଳ ବିଜୟ। ୯ ଓ୍ବିକେଟରେ ବିଜୟ ଲକ୍ଷ ହାସଲ କଲା ପଞ୍ଜାବ କିଙ୍ଗସ୍‌। ଅଧିନାୟକ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଦଳକୁ ସହଜ ବିଜୟ ଆଣିଦେଇଛି। ଆଜିର ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ । ଜବାବରେ ପଞ୍ଜାବ51 ରନ୍‌ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ମୟଙ୍କ ଅଗ୍ରଓ୍ବାଲ ୨୫ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ପରେ ଗେଲ୍‌ ପଡ଼ିଆକୁ ଓହ୍ଲାଇଥିଲେ। ରାହୁଲଙ୍କ ସହ କ୍ରିସ୍‌ ଗେଲ୍‌ଙ୍କ ପାର୍ଟନରସିପ୍‌ ଦଳକୁ ବିଜୟୀ କରିଛି। ୧୭.୪ ଓଭରରେ ପଞ୍ଜାବ କିଙ୍ଗସ୍‌ ୧୩୨ ରନ୍‌ କରିଛି। କ୍ରିସ୍‌ ଗେଲ୍‌ ୪୩ ଏବଂ ରାହୁଲ ୬୦ ରନ୍‌ କରି ଅପରାଜିତ ଥିଲେ ।ମୁମ୍ବାଇର ବ୍ୟାଟିଂ ବିପର୍ଯ୍ୟାୟ ଯୋଗୁଁ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା ।

ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୩ ରନ କରିଥିଲେ ଯେଉଁଥିରେ ୨ ଟି ଛକା ଏବଂ ୫ଟି ଚୌକା ଅନ୍ତର୍ଭୁକ୍ତ । ଅନ୍ୟମାନଙ୍କ ମଧ୍ୟରେ ଡିକକ୍‌ ୩ ରନ, ଇଶାନ କିଷନ ୬, ସୂର୍ଯ୍ୟକୁମାର ଯାଦବ ୩୩, ହାର୍ଦ୍ଧିକ ପାଣ୍ଡ୍ୟା ୧ ରନ, ଏବଂ କ୍ରୁନାଲ ପାଣ୍ଡ୍ୟା ୩ କରି ଆଉଟ ହୋଇଥିଲେ । କିରଣ ପୋଲାର୍ଡ ୧୬ ରନ କରିଥିଲେ ।

ପଞ୍ଜାବ ପକ୍ଷରୁ  ରବି ବିଷ୍ଣୋୟୀ ଚମତ୍କାର ବୋଲିଂ କରିଥିଲେ । ବିଷ୍ଣୋୟୀ ୪ ଓଭରରେ ମାତ୍ର ୨୧ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେ​‌ଳେ, ହେନରିକ୍ସ୍ ୩ ଓଭରରେ ୧୨ ରନ, ଦୀପକ ହୁଦା ୩ ଓଭରରେ ୧୫ ରନ, ୧ ଓ୍ବିକେଟ୍, ମହମ୍ମଦ ସାମୀ ୪ ଓଭରରେ ୨୧ ରନ ୨ ଓ୍ବିକେଟ୍‌, ଫାବିୟାନ ଆଲେନ୍‌ ୩ ଓଭରରେ ୩୦ ରନ ଅର୍ଷଦୀପ ସିଂହ ୩ ଓଭରରେ ୨୮ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ ।