ଲେଡି ଡ୍ରଗ୍ସ ମାଫିଆ ରଂଜୁର ଘର ଭଙ୍ଗାଗଲା । ନାରାୟଣୀ ବସ୍ତିରେ ଥିବା ରଂଜୁର ଘର ଭାଙ୍ଗିଲା ପୋଲିସ । ହାମରରେ ପିଟି ଡ୍ରୋଜର ଚଢାଇ ଗୁଣ୍ଡ କରିଦେଲା ପୋଲିସ । ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ରଂଜୁ । ହତ୍ୟା ମାମଲାରେ ରଂଜୁ ଓ ତା ସହଯୋଗୀ କାହ୍ନା ଗିରଫ ହୋଇଛନ୍ତି ।ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଥିଲା ।
ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ସୁବ୍ରତ ରାଓଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ବ୍ରାଉନସୁଗାର ବଟି ଆଦାୟକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ୩ଜଣ ଯୁବକଙ୍କୁ ଗୋଡ଼େଇ ହାଣିଥିଲେ ଲେଡି ଡନ୍, ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ।
ଅନ୍ୟପଟେ ଭୁବନେଶ୍ୱରରେ ଥିବା ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ । ଖୁବଶୀଘ୍ର ସେମାନଙ୍କ ଘର ସବୁ ଭଙ୍ଗାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ଡ୍ରଗ୍ସ ମାଫିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଜାରି ରଖିବ କମିଶନରେଟ ପୋଲିସ ।