Odia News Portal

ବଡଧରଣର ଭୂସ୍ଖଳନରେ ୧୩ ଜଣଙ୍କର ମୃତ୍ୟୁ ,୧୦ ନିଖୋଜ

ପଶ୍ଚିମ ନେପାଳର ଆଛାମ ଜିଲ୍ଲାରୁ ଏକ ବଡ ଦୁର୍ଘଟଣା ଘଟିଛି।  ଯେଉଁଠାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।  ଏହା ବ୍ୟତୀତ ୧୦ ଜଣ ନିଖୋଜ ଅଛନ୍ତି ଏବଂ ୧୦  ଜଣଙ୍କୁ ଉଦ୍ଧାର କରାଯାଇଛି।  ଡେପୁଟି ଚିଫ୍ ଜିଲ୍ଲା ଅଧିକାରୀ ଦୀପେଶ ରିଜାଲ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।  ଏଥି ସହିତ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।