Odia News Portal

ଗୁଣୁପୁର ମହା ବିଦ୍ୟାଳୟରେ ଦୁଇଜଣ ମହାନ କଳାକାରଙ୍କ ପାଇଁ ନୀରବ ପ୍ରାର୍ଥନା

ଗୁଣୁପୁର : ଆଜି ଗୁଣୁପୁର ମହାବିଦ୍ୟାଳୟରେ ଦୁଇଜଣ ମହାନ୍ କଳାକାର ତଥା ଭାରତ ରତ୍ନ ଲତା ମଙ୍ଗେସକର ଜି ଓ ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତ ରେ ୨ ମିନିଟ୍ ନୀରବ ପ୍ରାର୍ଥନା । ଏଥିରେ ଚେୟାରମ୍ୟାନ ପଞ୍ଚାନନ ଚୌଧୁରୀ ଇନଚାର୍ଜ ପ୍ରିନ୍ସପାଲ ଚନ୍ଦ୍ରକାନ୍ତ ନାୟକ ଏବଂ ଅନ୍ୟ ଷ୍ଟାଫ୍ ଓ ଛାତ୍ରଛତ୍ରୀମାନେ ଉପସ୍ଥିତ ଥିଲେ । ବିରାଜିନି ଓ ଆୟୁବ ହିନ୍ଦୁସ୍ଥାନିଭୋକାଲର ଛାତ୍ରଛାତ୍ରୀ ଲତାଜୀଙ୍କ ଗୀତ ଗାଇଲେ ଏବଂ ବିଜୟ ଓ ରଫିକ୍ ବିଭିଏ ଡିପାର୍ଟମେଣ୍ଟ ର ଛାତ୍ର ରଙ୍ଗ ତୂଳୀରେ ସେମାନଙ୍କର ପ୍ରତିଛବି ଅଙ୍କନ କରିଥିଲେ। ସେମାନଙ୍କର ଅମର ଆତ୍ମାର ଶାନ୍ତି ପାଇଁ ଭଗବାନଙ୍କ ପାଖରେ ପ୍ରାଥନା କରିଥଲେ ।