Odia News Portal

ଓକିଲ ଆନ୍ଦୋଳନ ଘଟଣାରେ ୧୨ ଗିରଫ

ଗତକାଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ସତ୍ୟାଗ୍ରହ ବେଳେ ଘଟିଥିବା ଅପ୍ରୀତିକର ପରିସ୍ଥିତି ପାଇଁ ପୁଲିସର କଡା କାର୍ଯ୍ୟାନୁଷ୍ଠାନ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣାରେ ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ୧୨ ଆନ୍ଦୋଳନକାରୀଙ୍କୁ ଘରୁ ଗିରଫ କରିଛି। ସେମାନଙ୍କ ମଧ୍ଯରୁ ଆଜି ସକାଳୁ ୯ ଜଣଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ମଧ୍ଯ ଶୀଘ୍ର କୋର୍ଟଚାଲାଣ କରାଯିବ ବୋଲି ଏସପି ବାତୁଳା ଗଂଗାଧର ସୂଚନା ଦିଆଯାଇଛି। ସେହିପରି ଭିଡିଓରେ ଥିବା ଅନ୍ଯ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ ପାଇଁ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। କୋର୍ଟ ଚାଲାଣ ହୋଇଥିବା ୯ ଜଣ ହେଲେ ଦୀପକ କୁଅଁର, ଟିକନ ଶର୍ମା, ବିଦ୍ଯାଧର ପଣ୍ଡା, ଶଶାଙ୍କ ଶେଖର ପାଢୀ, ଅଫସାନା ଅନଜୁମ୍, ବିଜିତେନ୍ଦ୍ରୀୟ ପ୍ରଧାନ, ସୁରଙ୍ଗୀନି ବାରିକ, ପ୍ରବୀଣ ସିଂଦେଓ, ସିଲୁ ମହାପାତ୍ର। ଅପରପକ୍ଷେ, ହିଂସା ଆଶଙ୍କାରେ କଚେରୀ ଛକରେ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ଯ ଯେ, ଗତକାଲିର ଘଟଣା ପରେ ସମ୍ବଲପୁର ବାର୍ ର ୨୯ ସଦସ୍ୟଙ୍କ ଲାଇସେନ୍ସ ୧୮ ମାସ ପାଇଁ ବାତିଲ ହୋଇଥିବା ବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଲାଇସେନ୍ସ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଦ୍ଦ କରାଯାଇଛି।