Odia News Portal

ବଜ୍ରାଘାତରେ ୪ ମହିଳା ମୃତ, ୨ ଗୁରୁତର

ବଜ୍ରାଘାତରେ ଚାରି ମହିଳା ମୃତ। ଦୁଇ ଗୁରୁତର । ମୃତ ଚାରି ମହିଳା ହେଉଛନ୍ତି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶଗୁଡା ଗ୍ରାମର। ସେହିପରି ଆହତ ଦୁଇ ମହିଳା ହେଉଛନ୍ତି ରାଉଳିଗୁଡା ଓ ବାପନପାଲି ଗ୍ରାମର ।

ସମସ୍ତେ ନିଜ ନିଜ ଜମିରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।