Odia News Portal

ବଜ୍ରପାତରେ ଜଣେ ମୃତ, ୩ ଗୁରୁତର

କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗ ପଞ୍ଚାୟତ ବାଲିପଡ଼ା ଗାଁ ରେ ଘଟିଛି ଅଘଟଣ । ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ତିନି ଗୁରୁତର ।

ବିଲରେ କାମ କରୁଥିବା ସମୟରେ ଘଟିଛି ଏହି ଅଘଟଣ। ମୃତକ ହେଲେ ସୁରେଶ ଜେନା, ଟୁକୁନା ଜେନା ଓ ଗୋପାଳ ଜେନା। ଏଣେ ହାୱାଡା ଜେନାଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ, ବର୍ଷା ଓ ଘଡଘଡି ଦେଖିବାକୁ ମିଳିଛି । ବାଲିପଡ଼ା ଗାଁ ରେ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ ଘଟିଛି । ମୃତକ ହେଲେ ସୁରେଶ ଜେନା, ଟୁକୁନା ଜେନା ଓ ଗୋପାଳ ଜେନା।