Odia News Portal

ଝାଡଖଣ୍ଡରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା

*ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା |

ଝାଡ଼ଖଣ୍ଡ: ଦେଶରେ ଏବେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ରାଜ୍ୟରେ ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ଲକଡାଉନ ଘୋଷଣା କରାଯାଇଛି । ଏହି ସାପ୍ତାହିକ ଲକଡାଉନକୁ ସରକାର ‘ସୁରକ୍ଷା ସପ୍ତାହ’ ନାମରେ ନାମିତ କରିଛନ୍ତି ।

ଏହି ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭବନରେ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟ ସଚିବ ସୁଖଦେବ ସିଂଙ୍କ ସହିତ ଅନେକ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜରୁରୀ ସେବା ଲକ୍‌ଡାଉନ୍‌ରୁ ବାଦ ପଡିଛି । ଲକ୍‌ଡାଉନ୍ ବେଳେ ଧାର୍ମିକ ଅନୁଷ୍ଠାନ ଯେପରିକି ମନ୍ଦିର କଟକଣା ଅନୁଯାୟୀ ଖୋଲା ରହିବ ।ଏହା ସହିତ ଖଣି, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ପୂର୍ବପରି ଜାରି ରହିବ ।