ରାଜଧାନୀରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱରର ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମାହୁତି ଉଦ୍ୟମ କରିଛନ୍ତି ବୃଦ୍ଧ । ତେବେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଆତ୍ମହତ୍ୟା ଉଦ୍ୟମ କରିଥିବା ବୃଦ୍ଧ ଜଣକ ଜଗତସିଂହପୁରର ରବିନ୍ଦ୍ର ଦାସ ବୋଲି ପରିଚୟ ମିଳିଛି ।
ବୃଦ୍ଧଙ୍କ ଆତ୍ମହତ୍ୟାର ଏକ ଆଶ୍ଚର୍ଯ୍ୟକର କାରଣ ଜଣାଯାଇଛି । ରବିନ୍ଦ୍ରଙ୍କ ଏତଲା ରଖି ନଥିବାରୁ ମ୍ରିୟମାଣ ହୋଇ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, କଳିଙ୍ଗ ବିହାରରେ ରବିନ୍ଦ୍ରଙ୍କର ଏକ ଦୋକାନ ଥିଲା । ତେବେ ତାଙ୍କ ଦୋକାନରେ କାମ କରୁଥିବା ଏକ ପିଲା ଦୋକାନକୁ ହଡପ କରିଥିଲା । ଏହି ମାମଲାକୁ ନେଇ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ରବିନ୍ଦ୍ର । କିନ୍ତୁ ରବିନ୍ଦ୍ରଙ୍କ ଏତଲା ପୋଲିସ ରଖି ନଥିବା ଅଭିଯୋଗ କରି ସେ ଲୋକସେବା ଭବନ ଆଗରେ ପିନାଇଲ ପି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।