Odia News Portal

କେନ୍ଦ୍ରଠାରୁ ରାଜ୍ୟକୁ ମାଗଣା ଟିକା ମିଳିବା ଆଶା ମଉଳିଲା

କେନ୍ଦ୍ରଠାରୁ ରାଜ୍ୟକୁ ମାଗଣା ଟିକା ମିଳିବା ଆଶା ମଉଳିଲା । ଏନେଇ ସ୍ପଷ୍ଟ ଭାବେ ସଙ୍କେତ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଟିକା କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, “କେନ୍ଦ୍ର ସରକାରଙ୍କ ପାଖରେ ଯେଉଁ ଟିକା ଉପଲବ୍ଧ ତାହା ସବୁ ରାଜ୍ୟ ସରକାରଙ୍କୁ ଉପଲବ୍ଧ କରାଯାଇଛି । ଏହାଛଡ଼ା ଘରୋଇ ହସ୍ପିଟାଲକୁ ବି ଟୀକାକରଣ ଲାଗି ଅନୁମତି ଦିଆଯାଇଛି । ଯଦି କୌଣସି ବ୍ୟକ୍ତି ଟିକା ନେବାକୁ ଚାହାନ୍ତି, ଘରୋଇ ହସ୍ପିଟାଲକୁ ଯାଇ ମଧ୍ୟ ଟିକା ନେଇପାରିବେ ।” ରାଜ୍ୟ ସରକାର ଯଦି ଟିକା କିଣିବାକୁ ଚାହୁଁଛନ୍ତି, ନିଜ ରାଜ୍ୟର ଆବଶ୍ୟକତା ହିସାବରେ ଟିକା କିଣି ଲୋକଙ୍କୁ ଦେଇପାରିବେ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ସୂଚନା ଅନୁଯାୟୀ, ରାଜ୍ୟରେ ଟିକା ନାହିଁ । କେନ୍ଦ୍ର ପକ୍ଷରୁ ମଧ୍ୟ ଟିକା ଦିଆଯାଇନାହିଁ । ସେପଟେ ବର୍ତ୍ତମାନ ସମୟରେ କୋରୋନାକୁ ନେଇ ବିଶ୍ୱରେ ସ୍ଥିତି ସଙ୍ଗୀନ । ଏହି ସମୟରେ ସମସ୍ତଙ୍କୁ ବୁଷ୍ଟର ଡୋଜ ଟିକା ନେବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । କାରଣ ଚତୁର୍ଥ ଲହର ଆସିବାର ସମ୍ଭାବନା ରହିଛି । ଏନେଇ ରାଜ୍ୟ ସରକାର ମଧ୍ୟ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଟିକାକୁ ନେଇ ଅବଗତ କରାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ରରୁ ଚିଠିର କୌଣସି ଉତ୍ତର ଆସିନାହିଁ । ତେବେ ରାଜ୍ୟରେ ଆହୁରି ୬୦ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେବା ଲାଗି ଅପେକ୍ଷାରେ ରହିଛନ୍ତି । ତେଣୁ ଏତେ ସଂଖ୍ୟାରେ ଟିକା ନ ନେଇଥିବା ବେଳେ ଚିନ୍ତାର କାରଣ ପାଲଟିଛି