ଆନ୍ଧ୍ର ଓଡ଼ିଶା ସୀମା ରେ ନକ୍ସଲଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ ସନ୍ଦେହରେ ଜଣକୁ ଗୁଳି କରି ହତ୍ୟା କରିଲେ ମାଓବାଦୀ। ଓଡ଼ିଶା ସୀମା ଠାରୁ ମାତ୍ର ୬ କିଲୋମିଟର ବ୍ୟବଧାନରେ ଘଟେଇଛନ୍ତି ଏଭଳି କାଣ୍ଡ । ସୁଚନା ମୁତାବକ, ପାଡେର ଜିଲ୍ଲା ପେଦବାଇଲୁ ଥାନା ଅନ୍ତର୍ଗତ ତାରାବୁ ଗାଁ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଗତକାଲି ୧୦/୧୨ ଜଣ ସଶସ୍ତ୍ର ନକ୍ସଲ ଗାଁ ରେ ଆସି, ଲକ୍ସମନ୍ ରାଓ ଙ୍କୁ ଘରୁ ଶୋଇଥିବା ଅବସ୍ଥାରେ ଡାକି ନେଇଥିଲେ ଗାଁ ର ଶେଷ ମୁଣ୍ଡକୁ। ସେଠାରେ ଲକ୍ସମନ୍ ରାଓ ଙ୍କୁ ବିଭିନ୍ନ ବିଷୟରେ ପଚରା ଉଚରା ପରେ, ସେହି ସ୍ଥାନରେ ଗୁଳି କରି ହତ୍ୟା କରିଥିଲେ ଆନ୍ଧ୍ର ଓଡ଼ିଶା ମାଓ ସଂଗଠନ । ଲକ୍ସମନ୍ ରାଓ ପୂର୍ବରୁ ନକ୍ସଲଙ୍କ ପାଇଁ ସୁଚନା ଦାତା ଭାବେ କାର୍ୟ୍ୟ କରୁଥିଲେ ଓ ପରେ ପୋଲିସ ଇନଫର୍ମୋର ଭାବେ କାର୍ୟ୍ୟ କରୁଥିବା ହେତୁ, ନକ୍ସଲଙ୍କ ଭୟରେ ଗାଁ ଛାଡ଼ି ଚାଲିଯାଇଥିଲେ । ଆଜିକୁ ବର୍ଷେ ଆସି ଗାଁରେ ରହିବା ଖବର ପାଇ ନକ୍ସଲ ପନ୍ଥି ଆସି ଏଭଳି କାଣ୍ଡ ଘଟେଇ ଛନ୍ତି ।
