ସୀମାନ୍ତରେ ଲାଲବାହିନୀ ପୁଣି ଭିଆଇଲେ ବର୍ବରକାଣ୍ଡ | ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା | ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି। କରୁକୋଣ୍ଡାଦଲମ ମାଓ ସଂଗଠନ ପକ୍ଷରୁ ୨୦ରୁ ଉର୍ଦ୍ଧ୍ୱ ମାଓବାଦୀ ସତୀଶଙ୍କୁ ଘରୁ ଉଠାଇ ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି ।ତେବେ ଘଟଣାସ୍ଥଳରେ ମାଓ ସଂଗଠନ ଏକ ଚିଠି ଛାଡିଥିବା ଜଣାପଡିଛି । ଯେଉଁଥିରେ ପୋଲିସ ଇନଫର୍ମର ଓ ଗଞ୍ଜେଇ ବ୍ୟବସାୟ ତଥା ଆଦିବାସୀଙ୍କୁ ହଇରାଣ ହରକତ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଦର୍ଶାଯାଇଛି ।
ତେବେ ଅନେକ ଦିନର ନିରବତା ପରେ ପୁଣି ଥରେ ସକ୍ରିୟ ହୋଇଛି ଲାଲବାହିନୀ। ତେବେ କିଛିଦିନ ତଳେ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆଇଡି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ଭାଲେରେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ୭ଜଣ ସିଆରପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି।