Odia News Portal

ଷଷ୍ଠ ଏସିଆନ ସ୍ୱର୍ଣ୍ଣ ସ୍ୱପ୍ନ ଧୂଳିସାତ୍

ନୂଆଦିଲ୍ଲୀ : ଷଷ୍ଠ ଥର ବିଶ୍ୱ ଚାମ୍ପିଅନ ହୋଇଥିବା ମେରି କମଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । (୫୧ କିଲୋଗ୍ରାମ) ର ପ୍ରତିଯୋଗିତାରେ ସେ ସିଲଭର ପଦକ ହାସଲ କରିଛନ୍ତି । ଫାଇନାଲରେ କାଜାଖସ୍ତାନର ନାଜିମ କିଜାଇବେ ମେରି କମଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୩୮ ବର୍ଷୀୟା ମେରି କମ ସେମିଫାଇନାଲରେ ମଙ୍ଗୋଲିଆର ଲୁଟିକାନ ଆଲଟାଣ୍ଟେସେଗଙ୍କୁ ୪-୧ରେ ପରାସ୍ତ କରିଥିଲେ।

ଏସିଆନ୍ ଚାମ୍ପିଅନସିପ୍ ରେ ଏହା ମେରି କମଙ୍କର ସପ୍ତମ ପଦକ । ଏହାପୂର୍ବରୁ ସେ ୫ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଛନ୍ତି । ଏହି ମୁାକାବିଲାରେ ଜିତିଥିଲେ ସେ ଷଷ୍ଠ ଥରା ପାଇଁ ସ୍ୱର୍ଣ୍ଣ ପଦକ ଜିତିଥାନ୍ତେ । ତାଙ୍କଠାରୁ ୧୧ ବର୍ଷ ସାନ ଖେଳାଳିଙ୍କ ବିପକ୍ଷରେ ୩୮ ବର୍ଷୀୟ ଭାରତୀୟ ବକ୍ସର ଆରମ୍ଭରୁ ଭଲ ପ୍ରଦର୍ଶନ କରଥିଲେ । ପ୍ରଥମ ରାଉଣ୍ଡରେ କାଉଣ୍ଟର ଆଟାକ୍ କରିଥିଲେ ।

ତେବେ କାଜାଖସ୍ତାନ ବକ୍ସର ଦ୍ୱିତୀୟ ରାଉଣ୍ଡରେ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିଲେ । ଆଉ ମେରି କମଙ୍କୁ ଠିକ୍ ଭାବରେ ପିଟିବାରେ ସଫଳ ହୋଇଥିଲେ । ମେରି କୋମ ଶେଷ ତିନି ମିନିଟରେ ଜରଦସ୍ତ ପର୍ଦର୍ଶନ କରିଆସୁଥିଲେ । ହେଲେ ବିଚାରପତିମାନଙ୍କୁ ଏହା ବେଶ୍ ପ୍ରଭାବିତ କରିପାରିନଥିଲା । ମଣିପୁରର ଏହି ଖେଳାଳିଙ୍କୁ ୫୦୦୦ ଡଲାର (ପ୍ରାୟ ୩.୬ ଲକ୍ଷ ଟଙ୍କା) ପୁରସ୍କାର ରାଶି ପାଇଥିବାବେଳେ ବିଜୟୀ କିଜାଇବେ ୧୦,୦୦୦ ଡଲାର ଅର୍ଥାତ୍ ( ୭.୨ ଲକ୍ଷ ଟଙ୍କା) ପାଇଥିଲେ ।