Odia News Portal

ଭୁବନେଶ୍ବରେ ଉଦ୍‌ଘାଟିତ ହେଲା ସର୍ଜିକାଲ୍‌ ମାସ୍କ ତିଆରି କାରଖାନା

ଭୁବନେଶ୍ୱର() ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ ସର୍ଜିକାଲ୍‌ ମାସ୍କ ତିଆରି କରାଖାନାର ଉଦ୍‌ଘାଟନ ହୋଇଛି । ଭୁବନେଶ୍ୱର ସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ କରୋନା ମୁକାବଲା ଓ ବାୟୁ ପ୍ରଦ୍ୟୁଷଣ କୁ ଆଖି ଆଗରେ ରଖି ଏନ୯୫ , କେ ଏନ ୯୫ ଓ ସର୍ଜିକାଲ ମାସ୍କ ତିଆରି କରିବା କାରଖାନା ଉଦ୍‌ଘାଟିତ ହୋଇଛି । ଆଜି ଦିବା ୧୦ ଘଟିକାବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଏହି କାରଖାନା ଉଦ୍ଘାଟିତ ହୋଇଛି ।

ଏହି ଉଦ୍‌ଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଡ.ନିତ୍ୟାନନ୍ଦ ପଟ୍ଟନାୟକ, ଶିକ୍ଷାବିତ୍‌ ଇଂ. ପ୍ରଭାତ ରଞ୍ଜନ ମଲ୍ଲିକ ଓ ବିଶିଷ୍ଟ ଶିଳ୍ପପତି ଜୀବନ କୁମାର ବଡୁ ଉପସ୍ଥିତ ରହିଥିଲେ । ସର୍ଜିକାଲ୍‌ ମାସ୍କ କାରଖାନା ଲାଗି କମ୍ପାନୀ ଟୁପିୟୁ ସର୍ଜିକାଲ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଶୁଭେଚ୍ଛା ଜଣାଇଥିଲେ ଅତିଥିବୃନ୍ଦ ।

ଏହି ସମାରୋହରେ କମ୍ପାନୀର ନିର୍ଦେଶକ ତପନ କୁମାର ବଳିଆରସିଂ ଅଭିଭାଷଣ ପ୍ରଦାନ କରିଥିଲେ । ସୁଖ ଓ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ସେ ବାର୍ତ୍ତା ଦେଇଥିବା ବେଳେ ଅନ୍ୟତମ ନିର୍ଦେଶକ ସତ୍ୟସ୍ୱରୂପ ଦାସ କର୍ମ ହିଁ ଭଗବାନ ଓ ସମସ୍ତେ କର୍ମ ଯୋଗୀ ହେଵା ନେଇ ମତ ରଖିଥିଲେ । କମ୍ପାନୀର ଅନ୍ୟତମ ନିର୍ଦେଶକ ଶ୍ରୀ ଚିନ୍ମୟ ଦାସଙ୍କ ଅନୁପସ୍ଥିତି ହେତୁ ତାଙ୍କୁ ସାମଗ୍ରିକ ଭାବେ ବଧେଇ ଜଣେଇଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକ ସତ୍ୟସ୍ବରୂପ ଦାସ ଯୋଗ ଦେଇଥିବାବେଳେ ସାଧାରଣ ପ୍ରବନ୍ଧକ ବିଶ୍ବମ୍ବର ନାଥ ଏହି ସଭାକୁ ପରିଚାଳନା କରିଥିଲେ ।