Odia News Portal

ମ୍ୟାକ୍ସ, ଏବିଙ୍କ ବିସ୍ଫୋରଣରେ ଦବିଲା କେକେଆର

ଆରସିବିର ତୃତୀୟ ବିଜୟ

ଚେନ୍ନାଇ : ଚେନ୍ନାଇ : ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ବିଜୟଧାରା ଜାରି ରହିଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ୩୮ ରନରେ କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି । ଏହି ବିଜୟ ସହିତ ଆରସିବି ପ୍ରଥମ ଦଳ ଭାବେ ଚଳିତ ସିଜିନ୍‌ରେ ଲଗାତାର ତିନୋଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ମ୍ୟାକ୍ସଓ୍ଵେଲ(୭୮) ଓ ଡିଭିଲିୟର୍ସଙ୍କ ଅପରାଜିତ ୭୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୦୪ ରନ କରିଥିଲା। ଜବାବରେ କୋଲକାତା ୮ ଓ୍ଵିକେଟ୍ ହରାଇ ୧୬୬ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ସର୍ବାଧିକ ୩୧ ରନ କରିଥିଲେ। ବାକି ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ କେକେଆର ତୃତୀୟ ମ୍ୟାଚ୍‌ରୁ ଦ୍ଵିତୀୟ ପରାଜୟ ଭୋଗିଛି।
ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ କୋହଲି । କେକେଆର ଆଗରେ ବିଶାଳ ରନ୍‌ ଛିଡ଼ା କରିବାରେ ଆରସିବର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ଏବି ଡିଭିଲିୟର୍ସ ସହାୟତା କରିଥିଲେ । ମ୍ୟାକ୍ସଓ୍ବେଲ ୪୯ ବଲ୍‌ରେ ୭୮ ରନ୍‌ର ପାଳି ଖେଳିଥିବା ବେଳେ ଡିଭିଲିୟର୍ସ ଛକା ଓ ଚୌକା ବର୍ଷା କରିଛନ୍ତି। ସେ ୩୪ ବଲ୍‌ରେ ୭୬ ରନ୍‌ କରି ଅପାରାଜିତ ଅଛନ୍ତି। ନିର୍ଦ୍ଧାରିତ ୨୦ ଓଭରରେ ଆରସିବି ୪ ଓ୍ବିକେଟ ବିନିମୟରେ ୨୦୪ ରନ୍‌ କରିଥିଲା । ତେବେ ମ୍ୟାଚ୍‌ରେ ଅଧିନାକୟକ ବିରାଟ କୋହଲି କେବଳ ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଦେବଦତ୍ତ ପଡ୍ଡିକଲ ୨୫ ରନ୍‌, ରଜଦ ପଟିଦାର ଏକ ରନ୍‌ କରି ପାଭିଲିୟନ ଫେରିଥିବା ବେଳେ କେଲ୍‌ ଜେମିସନ୍‌ ୧୧ ରନ୍‌ କରି ଅପରାଜିତ ରହିଥିଲେ । ଅନ୍ୟପଟେ ୨୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ କେକେଆର। ଆଜିର ମ୍ୟାଚ୍‌ରେ କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ। ପାଟ କୁମିନ୍ସ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ଜବାବରେ କୋଲକାତା ଆରମ୍ଭରୁ ୱିକେଟ ହରାଇ ଚାପରେ ପଡିଥିଲା । ଓପନର ଶୁବମନ ଗିଲ୍ ୯ ବଲରୁ ୨୧ ରନ୍ କରି ବଡ ସଟ୍ ଖେଳି ଆଉଟ୍ ହୋଇଥିଲେ । ପରେ ଇନଫର୍ମ ନୀତିଶ ରାଣା ୧୧ ବଲରୁ ୧୮ ରନ୍, ରାହୁଲ ତି୍ରପାଠୀ ୨୦ ବଲରୁ ୨୫ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଇଅନ୍ ମୋର୍ଗାନ୍ ମଧ୍ୟ ଦ୍ରୁତରନ୍ କରିବାରେ ବିଫଳ ହୋଇଥିଲେ । ସେ ୨୩ ବଲରୁ ୧ ଚୌକା, ୨ ଛକା ସହ ୨୯ ରନ୍ କରିଥିଲେ । ୱିକେଟକିପର ଦିନେଶ କାର୍ତିକ ମାତ୍ର ୨ ରନ୍ କରିବାରେ ସଫଳ ହୋଇଥିଲେ । ମ୍ୟାଚର ୧୦ ଓଭର ସୁଦ୍ଧା ମ୍ୟାଚ୍ ସ୍ଥିତି ୫୦-୫୦ ରହିଥିଲା । ତେବେ ଆରସିବି ବୋଲରଙ୍କ ମାପଚୁପ ବୋଲିଂ ଆଗରେ ରନ୍ କରିବାରେ ବିଫଳ ହୋଇଥିଲେ କେକେଆର ବ୍ୟାଟ୍ସମ୍ୟାନ୍ । ହର୍ଷଲ୍ ପଟେଲ, ୟୁଜବେନ୍ଦ୍ର ଚହଲ ରନ୍ରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିଲେ । ଫଳରେ ଦୁର୍ଦ୍ଦର୍ଶ ଆନ୍ଦ୍ର ରସେଲ ଓ ସାକିବ ଅଲ୍ ହାସନ ମଧ୍ୟ ରନ୍ କରିବା ଅସହଜ ମନେହେଉଥିଲେ । ରସେଲ ୨୦ ବଲରୁ ୩୧ ରନ୍, ହାସନ ୨୫ ବଲରୁ ୨୬ ରନ୍ କରି ଆଉଟ୍ ହେବା ପରେ ଦଳର ପରାଜୟ ସୁନିଶ୍ଚିତ ହୋଇଯାଇଥିଲା । କେକେଆର ୨୦ ଓଭରରେ ୮ ୱିକେଟ ହରାଇ ୧୬୬ ରନ୍ କରିଥିଲା । କେକେଆର ପକ୍ଷରୁ ଜେମିସନ୍ ୩ ୱିକେଟ, ହର୍ଷଲ ପଟେଲ ଓ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ୨ ଲେଖାଏଁ ୱିକେଟ ହାସଲ କରିଥିଲେ ।d