Odia News Portal

ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ଟି ଔଷଧ

ଅତି ଆବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ ଟି ଔଷଧ। କ୍ୟାନ୍ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟିସିଡ୍ ସଲ୍ଟ ରେନିଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ପେଟ ଖରାପ କିମ୍ବା ବଦହଜମୀ ହେଲେ ଡାକ୍ତର ରେନିଟିଡାଇନକୁ ଖାଇବାକୁ ଲେଖିଥାନ୍ତି। ଏହି ଟାବ୍ଲେଟ୍ ଏସିଲୋକ, ଜିନେଟାକ୍ ଏବଂ ରାଣ୍ଟାକ ଭଳି ନାଁରେ ବିକ୍ରି ହୋଇଥାଏ। ଏହି ଔଷଧଗୁଡ଼ିକୁ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍ ମେଡିସିନ ବା ଅତ୍ୟାବଶ୍ୟକୀୟ ଔଷଧ ତାଲିକା ଜାରି କରିଛି। ରାନିଟିଡାଇନ ଆଣ୍ଟାସିଡ୍ ଯୋଗୁ କ୍ୟାନସର ଜନିତ ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି। ଏନେଇ ସାରା ବିଶ୍ୱର ଏହି ଟାବ୍ଲେଟ୍ ଉପରେ ଗବେଷଣା ଜାରି ରହିଛି। ତେଣୁ ଏହାକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଭରତୀୟ ଔଷଧ ନିୟନ୍ତ୍ରକ ସହ ଆଲୋଚନା କରିଥିଲେ। ତା ସହ ଏମ୍ସର ଏକ୍ସପର୍ଟଙ୍କ ଆଲୋଚନା ପରେ ଏହାକୁ ହଟାଇ ଦିଆଯାଇଛି। ରାନିଟିଡାଇନ ଔଷଧକୁ ନେଇ ୨୦୧୯ରୁ ଗବେଷଣା ଜାରି ରହିଛି। ଆମେରିକାର ଔଷଧ ନିୟନ୍ତ୍ରକ ସଂସ୍ଥା ଏଥିରେ କ୍ୟାନସ୍ର ଆଶଙ୍କା ରହିଥିବା ଜାଣିବାକୁ ପାଇଥିଲା।