Odia News Portal

ଏବେ ଭୁବନେଶ୍ୱରରେ ହେବ ନାଇଟ୍ ସ୍ୱପିଂ ବା ରାତ୍ରି ସଫେଇ

ପ୍ରତିଦିନ ରାତିରେ ସଫା ହେବ ସହରର ଗଳିକନ୍ଦି। ସଂଧ୍ୟା ୭ଟାରୁ ରାତି ୧ଟା ଯାଏ ସହରର ଗଳି କନ୍ଦିରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଫେଇ ଚାଲିବ । ଏହି ଢାଞ୍ଚାକୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି ।

ବିଏମ୍‌ସିର ଯୋଜନା ଅନୁଯାୟୀ ଏବେ ପ୍ରତି ଅଞ୍ଚଳରେ ସକାଳେ ସଫେଇ କରାଯାଉଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଆବର୍ଜନା ପଡ଼ି ରହିବା ଦ୍ବାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ତା’ ଛଡ଼ା ଲୋକେ ରାତିଅଧିଆ ଆବର୍ଜନା ବାହାରେ ଗଦା କରିଦେଉଛନ୍ତି। ଏଭଳି ଅନେକ ଅଭିଯୋଗ ଆସିବା ପରେ ବିଏମ୍‌ସି ରାତିରେ ସଫେଇ କରିବାକୁ ନିଷ୍ପତ୍ତି ନେଇଛି। ବ୍ୟବସାୟୀ ଓ ସାଧାରଣ ଲୋକ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ପାଇଁ ଦୁଇଟି ଡଷ୍ଟବିନ୍ ବ୍ୟବହାର କରିବେ।