Odia News Portal

ମିଶ୍ରାଙ୍କ ମ୍ୟାଜିକରେ ମୁମ୍ବାଇ ଅଟକିଲା

୬ ୱିକେଟରେ ଜିତିଲା ଦିଲ୍ଲୀ କ୍ୟାପିଟାଲ

ଚେନ୍ନାଇ: ଚଳିତ ଅ ।ଇପିଏଲର ସବୁଠାରୁ ହାଇଭୋଲଟେଜ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ସହଜରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏଥିସହ ଦଳ ୬ ପଏଣ୍ଟ ପାଇ ଗୁ୍ରପ୍ ଶୀର୍ଷରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମୁମ୍ବାଇ ଇଣ୍ଡିଅ ।ନ୍ସ ୨୦ ଓଭରରେ ମାତ୍ର ୧୩୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସର ଲେଗ ସ୍ପିନର ଅମିତ ମିଶ୍ରାଙ୍କ ଯାଦୁରେ ଫସିଥିଲା ମୁମ୍ବାଇ । ସେ ୪ ଓଭରରେ ୨୪ ରନ୍ ଦେଇ ୪ଟି ୱିକେଟ ନେଇଛନ୍ତି । ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, କାଏରନ ପୋଲାର୍ଡ ଓ ଈଶାନ କିଷନଙ୍କ ୱିକେଟ ନେଇ ମିଶ୍ରା ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଜବାବରେ ଦିଲ୍ଲୀ ୧୯.୧ ଓଭରରେ ୪ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା ।

ଚେନ୍ନାଇରେ ଅ ।ଜି ଟସ୍ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ମାତ୍ର ୯ ରନରେ ଦଳ ଓପନ କ୍ୱିଣ୍ଟନ ଡି’କକ(୨)ଙ୍କୁ ହରାଇଥିଲା । ସେ ମାର୍କସ ଷ୍ଟୋଇନିସଙ୍କ ବଲରେ ଅ ।ଉଟ ହୋଇଥିଲେ । ଇନଫର୍ମ ସୂର୍ଯ୍ୟ କୁମାର ଯାଦବ ଭଲ ଅ ।ରମ୍ଭ କରିଥିଲେ ହେଁ ୧୫ ବଲରେ ୨୪ ରନ୍ କରି ଅଭେଶ ଖାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ । ଗୋଟିଏ ପଟେ ୱିକେଟ ଯାଉଥିଲେ ହେଁ ରୋହିତ ଶର୍ମା ଅନ୍ୟପଟେ କାଉଣ୍ଟର ଅ ।ଟାକ କରିଥିଲେ ।କାଗିସୋ ରାବଡାଙ୍କ ଓଭର୍ରେ ସେ ୧୪ ରନ୍ ଆଦାୟ କରି ମୁମ୍ବାଇର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ । ହେଲେ ୮.୪ ଓଭରରେ ଅମିତ ମିଶ୍ରା ସବୁକିଛି ଓଲଟ ପାଲଟ କରିଦେଇଥିଲେ । ସେ ପ୍ରଥମେ ୪୪ ରନ୍ କରିଥିବା ରୋହିତ ଶର୍ମାଙ୍କୁ ଷ୍ଟିଭ ସ୍ମିଥଙ୍କ ହାତରେ କ୍ୟାଚ୍ କରାଇଥିଲେ । ଅ ।ଉଟ ହେବା ପୂର୍ବରୁ ରୋହିତ ୩ଟି ଚୌକା ଓ ୩ଟି ଛକା ବଳରେ ୪୪ ରନ୍ କରିଥିଲେ । ଏହାର ଗୋଟିଏ ବଲ ପରେ ସେ ହାର୍ଦ୍ଦିକ ପାଣ୍ଡ୍ୟା(୦)ଙ୍କୁ ଅ ।ଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ । କୃନାଲ ପାଣ୍ଡ୍ୟା ମାତ୍ର ୧ ରନ୍ କରି ଲଳିତ ଯାଦବଙ୍କ ଶିକାର ବନିଥିଲେ ।କ୍ରିଜ୍ରେ ପୋଲାର୍ଡ ଓ ଈଶାନ କିଶନ ଥିବାରୁ ଦଳ ବଡ଼ ସ୍କୋର କରିବ ବୋଲି ଅ ।ଶା କରାଯାଉଥିଲା । ହେଲେ ଅମିତ ମିଶ୍ରା ପ୍ରଥମେ ପୋଲାର୍ଡ(୨) ଓ ଈଶାନ କିଶନ(୨୬)ଙ୍କୁ ଅ ।ଉଟ କରି ମୁମ୍ବାଇକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଶେଷ ଭାଗରେ ଜୟନ୍ତ ଯାଦବ ୨୩ ରନ୍ କରିବାରୁ ମୁମ୍ବାଇ ୧୩୦ ରନ୍ ପାର କରିଥିଲା । ଜୟନ୍ତଙ୍କ ୱିକେଟ ରାବଡା ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାହୁଲ ଚହର(୬) ଅଭେଶ ଖାନଙ୍କ ଦ୍ୱିତୀୟ ଶିକାର ବନିଥିଲେ । ଯଶପ୍ରୀତ ବୁମରା ୩ ଓ ଟ୍ରେଣ୍ଟ ବୋଲ୍ଟ ୧ ଶେଷ ଯାଏ ଅପରାଜିତ ରହିଥିଲେ । ଶେଷରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୩୭ ରନ୍ ହିଁ କରିବାକୁ ସକ୍ଷମ ହୋଇଥିଲା । ଦିଲ୍ଲୀ ପକ୍ଷରୁ ମିଶ୍ରା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଅଭେଶ ଖାନ ୨ଟି ୱିକେଟ ପାଇଛଥିଲେ । ରାବଡା ଓ ଲଳିତ ଯାଦବ ଗୋଟିଏ ଲେଖାଏ ୱିକେଟ ନେଇଥିଲେ ।

ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ଝଟକା ସଦୃଶ ପୃଥ୍ୱୀ ଶ ୭ ରନ୍ ଆଉଟ୍ ହୋଇଥିଲେ । ତେବେ ଇନଫର୍ମର ବ୍ୟାଟ୍ସମ୍ୟାନ୍ ଓପନର ଶିଖର ଧାୱନ ଓ ଷ୍ଟିଭ ସ୍ମିଥ୍ ୨ୟ ୱିକେଟ ପାଇଁ ୫୩ ରନ୍ ଯୋଗ କରିଥିଲେ । ସ୍ମିଥ୍ ୨୯ ବଲରୁ ୩୩ ରନ୍ କରି ଆଉଟ୍ ହୋଇଥିଲେ । ପରେ ଶିଖର ଧାୱନ ଅର୍ଦ୍ଧଶତକ ଦିଗରେ ଅଗ୍ରସର ହେଉଥିଲେ । ତେବେ ୪୨ ବଲରୁ ୪୫ ରନ୍ କରିଥିବାବେଳେ ରାହୁଲ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ । ତାଙ୍କର ୱିକେଟପତନ ପରେ ମ୍ୟାଚର ଗତି ବଦଳି ଯାଇଥିଲା । ପରେ ରିଷଭ ପନ୍ତ ମାତ୍ର ୭ ରନ୍ କରି ଆଉଟ୍ କରିଥିଲେ । ରୋଚକମୋଡ଼ରେ ମ୍ୟାଚ୍ ଥିବାବେଳେ ଲଳିତ ଯାଦବ ଓ ହେଟମାୟାର ଦଳକୁ ଆଉ କ୍ଷତି ଦେବାକୁ ଦେଇନଥିଲେ । ଯାଦବ ୨୬ ରନ୍ ଓ ହେଟମାୟାର ୧୪ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ମୁମ୍ବାଇ ପକ୍ଷରୁ ଜୟନ୍ତ ଯାଦବ, ବୁମରା, ଚହର ଓ ପୋଲାର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।