Odia News Portal

କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ

ଭୁବନେଶ୍ବର () କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ । ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଧାନସଭାର ୫ କର୍ମଚାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ କରିଦିଆଯାଇଥିଲା