Odia News Portal

ପୋଲିସ ପଞ୍ଝାରେ ‘ମୋ ବସ୍‌’ ଲୁଟେରା ଗ୍ୟାଙ୍ଗ

ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ମୋ ବସ୍ ଲୁଟେରା ଗ୍ୟାଙ୍ଗ ।ସାତ ଜଣ ଲୁଟେରାଙ୍କୁ କାବୁ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା , ୯ଟି ମୋବାଇଲ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି ।ଖବର ଅନୁଯାୟୀ, କିଛି ଦିନ ହେବ ମୋ ବସ୍ରେ ଲୁଟ୍ ଘଟଣା ବଢିଚାଲିଥିଲା । ଯାହାକୁ ଦୃଷ୍ଟିରେ କମିଶନରେଟ୍ ପୋଲିସ ତତ୍ପର ହୋଇଉଠିଥିଲା । ଏହିକ୍ରମରେ ମଙ୍ଗଳବାର ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତମାନେ ଖଣ୍ଡଗିରି, ନୟାପଲ୍ଲୀ, ସହିଦ ନଗର, କ୍ୟାପିଟାଲ, ମଞ୍ଚେଶ୍ୱର ସହ କଟକ ଅଞ୍ଚଳରେ ଚାଲୁଥିବା ମୋ ବସ୍ରୁ ଲୁଟ୍ କରୁଥିଲେ । ଗିରଫ ଅଭିଯୁକ୍ତମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି ।