Odia News Portal

ଧରାପଡିଲା ଏକ ଅଜବ ମାଛ

ସମୁଦ୍ରରେ ମାଛ ଧରୁଥିବା ମାଛୁଆଙ୍କୁ ଏକ ଅଜବ ମାଛ ମିଳିଥିଲା। ଯାହାର ଲମ୍ବା ୧୬ ଫୁଟ ଥିଲା। ଏହି ମାଛକୁ ଉଠାଇବା ପାଇଁ କ୍ରେନର ଆବଶ୍ୟକତା ପଡିଥିଲା। ଏତେ ଓଜନ ଏବଂ ଲମ୍ବା ମାଛକୁ ଧରିବା ପାଇଁ କ୍ରେନରେ ବାନ୍ଧି ବାହାର କରାଯାଇଥିଲା।

ଏହି ମାଛକୁ ହଟାଇବାର ଏକ ଭିଡିଓ ଅନଲାଇନ ଭାଇରଲ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଛି କି, କିପରି ମାଛକୁ କ୍ରେନ ଦ୍ୱାରା ହଟାଯାଇଥିଲା। ଭିଡିଓରେ ଏତେ ବଡ ମାଛକୁ କ୍ରେନ ମାଧ୍ୟମରେ ବାହାର କରାଯାଇଥିଲା। ରିପୋର୍ଟ ମୁତାବକ, ଏହି ମାଛ ପ୍ରଜାତିର ନାମ ଓରୋଫିସ। ଯାହାର ଲମ୍ବା ୫ ମିଟର ବା ୧୬ ଫୁଟ ରହିଥିଲା।

ଜଣେ ୟୁଜର ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ଭୟଙ୍କର, ଅଦ୍ଭୁତ । ଆଉ ଜଣେ ୟୁଜର କହିଛନ୍ତି, ଏହି ମାଛ ଗଭୀର ସମୁଦ୍ରରେ ରହିଥାଏ। ଏହି ମାଛର ଲମ୍ବା ୧୧ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇପାରେ। ଗଭୀର ପାଣିରେ ରହୁଥିବା ମାଛ କେବଳ ରୋଗିଣା ହେଲା, ମରିବା କିମ୍ବା ପ୍ରଜନନ ପାଇଁ କୂଳକୁ ଆସିଥାଏ। ଏହା ଏକ ଦୁଲର୍ଭ ମାଛ।