Odia News Portal

ଖରା ପାଇଁ ସକାଳୁଆ ସ୍କୁଲ

ଭୁୁବନେଶ୍ୱର : ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ 7ଟାରୁ 9ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ 9ଟାରୁ ଦିନ 1ଟା ଯାଏଁ ଚାଲିବ ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି ।

ଗଣଶିକ୍ଷା ବିଭାଗର ସୂଚନା ଅନୁଯାୟୀ ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏଣୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦ୍ଦେଶକଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି କରିଛନ୍ତି । ପୂର୍ବରୁ ଜାରି କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନ ସହିତ ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି ।ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢ଼ା ସକାଳ 8.30ରୁ 10ଟା ପରିବର୍ତେ ସକାଳ 7ଟାରୁ 9ଟା ପର୍ଯ୍ୟନ୍ତ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀଗୁଡ଼ିକ ସକାଳ 11ଟାରୁ ଅପରାହ୍ନ 4 ପରିବର୍ତେ ସକାଳ 9ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଚାଲିବ ।
ଜିଲ୍ଲା ଶିକ୍ଷା ଅଧିକାରୀମାନେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କିମ୍ବା ପୌରପରିଷଦ ସହ ଯୋଗାଯୋଗ ରକ୍ଷା କରି ଅଚଳ ଥିବା ନଳକୂପଗୁଡ଼ିକର ମରାମତି ସହ ବିଦ୍ୟାଳୟରେ ପାନୀୟ ଜଳ ଉପଲବ୍ଧକୁ ସୁନିଶ୍ଚିତ କରିବେ । ଏଥି ସହ ବିଦ୍ୟାଳୟମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ଗଚ୍ଛିତ ରଖିବେ ଏବଂ ଏହା ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଉପଲବ୍ଧ କରାଇବେ ଯେଉଁ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ କର୍ମଚାରୀମାନଙ୍କ ପାଇଁ ପରିବହନ ସେବା ଯୋଗାଇ ଦେଉଛନ୍ତି ।