Odia News Portal

ଆଜିଠୁ ଦେଶରେ ଲାଗୁ ହେବ ୪ଟି ନୂଆ ନିୟମ ; ଆସନ୍ତୁ ଜାଣିବା କ’ଣ

ଦିଲ୍ଲୀ : ମୋଦି ସରକାରଙ୍କ ଶାସନକାଳରେ ଦେଶରେ ଅନେକ ବଡ ବଡ ପରିବର୍ତ୍ତନ କରିଛନ୍ତି । ଚଳିତ ମାସରେ ମୋଦି ସରକାର ଅନେକ ବଡ ବଡ ଘୋଷଣା କରିଛନ୍ତି । ଗତ ୧୦ ତାରିଖରୁ ଆସନ୍ତା ୧୫ ତାରିଖ ମଧ୍ୟରେ ମୋଦି ସରକାର ୪ଟି ବଡ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ଦେଶରେ ନୂଆ ନିୟମ ଲାଗୁ ହେବ । ଆସନ୍ତୁ ଜାଣିବା ସେ ୪ଟି ନିୟମ କ’ଣ

୧. ବନ୍ଦ ହେବ ବିଏସଏନଏଲ :
ଆପଣ ଯଦି ବିଏସଏନଏଲ ଗ୍ରାହକ ତାହେଲେ ଏହି ଖବର ଆପଣଙ୍କୁ ନିରାଶ କରିବ  କାରଣ ଆସନ୍ତାକାଲି ଠାରୁ ଟେଲିକମ କମ୍ପାନୀ ବିଏସଏନଏଲ ବନ୍ଦ ହୋଇଯିବ  ବହୁତ ଦିନ ଧରି ବିଏସଏନଏଲ କମ୍ପାନୀ କ୍ଷତିରେ ଚାଲିଛି  ସେଥିପାଇଁ ମୋଦି ସରକାର ଏହି କମ୍ପାନୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  ସୂଚନାଯୋଗ୍ୟ ଯେ, ୨୦୧୭-୧୮ ମଧ୍ୟରେ ବିଏସଏନଏଲ କମ୍ପାନୀର ମୋଟ ୩୨୨୮୭ କୋଟି ଟଙ୍କାର କ୍ଷତି ହୋଇଥିଲା ତେବେ ଏହି କ୍ଷତି ପ୍ରତିବର୍ଷ ବଢି ବଢି ଚାଲିଛି  ଏଥିପାଇଁ କମ୍ପାନୀର ଅଧିକାରୀମାନେ ଏକ ବୈଠକ କରି କମ୍ପାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି

୨. ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା :
୨୦୧୯ ବଜେଟରେ ମୋଦି ସରକାର ଚାଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ଯୋଜନା ଅନୁଯାୟୀ, ଆସନ୍ତାକାଲି ଠାରୁ ଚାଷୀମାନେ ପେନସନ ପାଇବା ପାଇଁ ଆବେଦନ କରିପାରିବେ । ଯୋଜନା ଅନୁଯାୟୀ, ୧୮ ବର୍ଷରୁ ୪୦ ବର୍ଷ ବୟସ୍କ ସମସ୍ତ ଚାଷୀ ଯାହାର ମାସିକ ଆୟ ୧୫ ହଜାର ସେମାନେ ପେନସନ ପାଇବେ । ପେନସନ ଯୋଜନା ପାଇଁ ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ଦେବାକୁ ହେବ । ୬୦ ବର୍ଷ ପରେ ସରକାର ପ୍ରତି ଚାଷୀଙ୍କୁ ମାସିକ ୩୦୦୦ ପେନସନ ଦେବାର ଯୋଜନା ହୋଇଛି ।

୩. ବଦଳିବ ସିବିଏସସିର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଟର୍ନ :
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ ସିବିଏସସି ଛାତ୍ରଙ୍କ ପାଇଁ ଖୁସି ଖବର । ସିବିଏସସିର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପରୀକ୍ଷା ପୂର୍ବରୁ ବୋର୍ଡ ପରୀକ୍ଷା ପାଟର୍ନରେ ପରିବର୍ତ୍ତନ କରିଛି । ନୂଆ ପାଟର୍ନ ଅନୁସାରେ ଅବଜେକ୍ଟିଭ ଟାଇପ ପ୍ରଶ୍ନ ସଂଖ୍ୟା ୧୦ ପ୍ରତିଶତରୁ ବୃଦ୍ଧି କରି ୨୫ ପ୍ରତିଶତ କରିଦେଇଛି ।

୪. ଟିଭି ଚାନେଲ ଚୟନ ପାଇଁ ବଢ଼ିଲା ତାରିଖ :
ଯଦି ଆପଣ ମଧ୍ୟ ଡିଟିଏଚ କିମ୍ବା କେବଳ ଟିଭି ଦେଖୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଟ୍ରାଇ ଅନୁସାରେ ଏବେ ଗ୍ରାହକ ନିଜ ପସନ୍ଦ ଅନୁସାରେ ଚାନେଲ ଚୟନ କରିପାରିବେ । ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ । ଟ୍ରାଇର ନୂଆ ନିୟମ ଅନୁସାରେ, ଟିଭି ଚାନେଲ ଚୟନ ପାଇଁ ତାରିଖ ଘୁଂଚି ଯାଇଛି । ପୂର୍ବରୁ ଏଥିପାଇଁ ଅବଧି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଥିଲା । ଏହାପରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଥିଲା । କିନ୍ତୁ ଏବେ ଏହାର ସମୟସୀମା ବଢି ମାର୍ଚ୍ଚ ୩୧ ତାରିଖ ହୋଇଛି ।