ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଧମକ । ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଯବୁକଙ୍କ ଆତ୍ମହତ୍ୟା ଧମକ । ଶିଶୁଭବନ ଛକରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଧମକ ଦେଉଛନ୍ତି ।
ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଥିଲେ । ହୋର୍ଡିଂ ଉପରେ ଚଢ଼ିଥିବା ଯୁବକ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ଭୁବନେଶ୍ୱର ଆସିଥିଲେ ।
ତାଙ୍କ ଅଭିଯୋଗ ହେଲା, ୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କୋଏଲ ବ୍ୟାରେଜ୍, କୋଏଲ୍ ନଦୀ ପାର୍ଶ୍ବରେ ରିଂ-ରୋଡ୍ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଆଇଜିଏଚରେ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଭଳି ଚିକିତ୍ସା ସେବା ମିଳିବ ଘୋଷଣା କରାଯାଇଥିଲା। ସେତେବେଳେ ଏହାକୁ ନେଇ ରାଉରକେଲାବାସୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ। ସେହିପରି ଉପକଣ୍ଠ ବିଶ୍ରା ଓ ନୂଆଗାଁ ପରିବା ଚାଷର ଗନ୍ତାଘର ହୋଇଥିବା ବେଳେ ଏଠାରେ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ପରିବାକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଥିବାରୁ ମନେ ପକାଇ ଦେବାକୁ ଆସିଛି ବୋଲି ମୁକ୍ତିକାନ୍ତ କହିଥିଲେ।