Odia News Portal

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ମୁଲାୟମଙ୍କ ଶେଷକୃତ୍ୟ

ସମାଜବାଦୀ ପାର୍ଟିର ନାୟକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସୈଫଇ ଗାଁରେ ଶେଷ ହୋଇଛି। ମୁଲାୟମଙ୍କୁ ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ। ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସମର୍ଥକଙ୍କ ଭିଡ ଜମିଥିଲା। କେବଳ ସମର୍ଥକ ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ। ଇଟାଓ୍ଵାର ସୈଫଇ ମେଳା ପଡିଆରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି।