Odia News Portal

ମୁମ୍ୱାଇର ପ୍ରସିଦ୍ଧ ହସ୍ପିଟାଲରେ ମିଳିଲା ୧୩୨ ବର୍ଷର ପୁରୁଣା ସୁଡ଼ଙ୍ଗ

ହସ୍ପିଟାଲରୁ ମିଳିଲା ସୁଡ଼ଙ୍ଗ । ଏକଥା ଆପଣଙ୍କୁ ଅଡ଼ୁଆ ଲାଗିପାରେ । ହେଲେ ଏହା ସତ ।   ମହାନଗର ମୁମ୍ୱାଇ ସ୍ଥିତ ସରକାରୀ ଜେଜେ ହସ୍ପିଟାଲରେ ୧୩୨ ବର୍ଷର ପୁରୁଣା ସୁଡ଼ଙ୍ଗ ମିଳିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଅଧିକାରୀ କହିଛନ୍ତି କି, ବ୍ରିଟିଶ ଶାସନ ସମୟରେ ତିଆରି ଏହି ୨୦୦ମିଟର ଲମ୍ୱର ସୁଡ଼ଙ୍ଗର ଫାଉଣ୍ଡେସନ ଷ୍ଟୋନ୍‌ (ଭିତ୍ତି ପ୍ରସ୍ତର ଶିଳା)ରେ ୧୮୯୦ର ତାରିଖ ଲେଖା ଅଛି । ସେ ସାମ୍ୱାଦିକଙ୍କୁ କହିଛନ୍ତି କି, ଯେଉଁ ଭବନର ତଳେ ଏହି ସୁଡ଼ଙ୍ଗ ମିଳିଛି , ପ୍ରଥମେ ଏହାର ବ୍ୟବହାର ମହିଳା ଓ ପିଲାଙ୍କ ଚିକିତ୍ସା ପାଇଁ ୱାର୍ଡ ଭାବେ ହେଉଥିଲା। ହସ୍ପିଟାଲ ପରିସର ସ୍ଥିତ ଏହି ଭବନକୁ ପରେ ନର୍ସିଂ କଲେଜରେ ବଦଳା ଦିଆଯାଇଛି।  

ଅଧିକାରୀ କହିଛନ୍ତି , ପାଣି ଲିକ୍‌ ହେବାର ଅଭିଯୋଗ ପରେ ଆମେ ନର୍ସିଂ କଲେଜ ଭବନର ଯାଞ୍ଚ କରିଥିଲୁ। ପିଡବ୍ଲୁଡିର ଇଂଜିନିୟର ଓ ସୁରକ୍ଷା ଗାର୍ଡ ମାନେ ଭବନକୁ ସର୍ଭେ କଲେ ଏବଂ ଜାଣିବାକୁ ପାଇଲେ କି ଏହାର ଭିତ୍ତି ପ୍ରସ୍ତର ଶିଳାରେ ୧୮୯୦ର ତାରିଖ ଅଛି। ସେ କହିଛନ୍ତି , କିଛି କର୍ମଚାରୀମାନେ ଆମକୁ କହିଥିଲେ କି ସେଠାରେ ସମ୍ଭବତଃ ଭୂତଳ ହୋଇପାରେ , ଯାହାପରେ ଆମେ ଆହୁରି ନିରୀକ୍ଷଣ କଲୁ ସୁଡ଼ଙ୍ଗ ଥିବାର ଜଣାପଡ଼ିଲା ।