Odia News Portal

କେନାଲରୁ ମିଳିଲା ମଡେଲଙ୍କ ଶବ

ଛତିଶଗଡ଼ର ସିଞ୍ଚାଇ କେନାଲରୁ ଗତକାଲି ଜଣେ ଯୁବତୀଙ୍କ ଶବ ମିଳିଛି। ଯୁବତୀଙ୍କ ହାତରେ ହୋଇଥିବା ଟାଟୁରୁ ତାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଆଞ୍ଚଲ ଯାଦବ। ଗ୍ଲାମରସ୍ ଲାଇଫ ବଞ୍ଚୁଥିବା ଆଞ୍ଚଲ୍ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ। ଅଶ୍ଳୀଳ ଭିଡିଓ ଜରିଆରେ ଏକ ରେଞ୍ଜରଙ୍କୁ ବ୍ଲାକମେଲ୍ କରିବା ଅଭିଯୋଗରେ ସେ ଆଗରୁ ଜେଲ୍ ଯାଇଥିଲେ।
ମୃତା ଯୁବତୀ ଏକ ଘରୋଇ କମ୍ପାନୀରେ ବୀମା ଏଜେଣ୍ଟ୍ ଥିଲେ। ସେ ମଡେଲିଂ ମଧ୍ୟ କରୁଥିଲେ। ସହରର ପେଜ୍ ଥ୍ରୀ ସର୍କିଟର ବଡ଼ ବଡ଼ ପାର୍ଟି ଏବଂ କ୍ଲବରେ ସେ ପ୍ରାୟ ନଜର ଆସୁଥିଲେ। ଗ୍ଲାମରସ୍ ଲାଇଫ୍ ସହ ତାଙ୍କୁ ଦାମୀ କାରର ମଧ୍ୟ ସଉକ ଥିଲା।

୨୦୧୪ମସିହାରେ ପୋଲିସ୍ ଆଞ୍ଚଲଙ୍କୁ ଜଣେ ରେଞ୍ଜରଙ୍କୁ ଅଶ୍ଳୀଳ ଭିଡିଓ ମାଧ୍ୟମରେ ବ୍ଲାକମେଲ୍ କରିବା ଅଭିଯୋଗରେ ଜେଲ୍ ପଠାଇଥିଲେ। ୨୦୧୪ମସିହା ମାମଲା ପରେ ଆଞ୍ଚଲ ରାୟପୁର ଛାଡ଼ି ଦେଇଥିଲେ। ଧମତରୀ ଏବଂ ରାୟପୁରରେ ତାଙ୍କର ରାଜକୀୟ ଘର ରହିଛି। ଏବେ ସେ କେଉଁଠି ରହୁଥିଲେ ଏହି ବିଷୟରେ କୈାଣସି ସୂଚନା ମିଳିନାହିଁ।