Odia News Portal

ପୁରୀରେ ସେବାୟତଙ୍କୁ ହତ୍ୟା

ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ଅଘଟଣ । ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ବୁଧବାର ଟାଉନ୍‌ ଥାନା ଅଞ୍ଚଳରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରାଯାଇଥିଲା । ତାଙ୍କ ଘର ନିକଟରେ ଗୁଳି କରାଯାଇଛି । ଏଥିରେ ସେ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ଶୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ଜିରୋ ପଏଣ୍ଟରୁ କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ କରାଯାଇଥିବା ସ୍ଥାନୀୟଲୋକେ ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ଘଟଣାରେ ଜେଲ ଯାଇଥିଲେ କୃଷ୍ଣଚନ୍ଦ୍ର ।