Odia News Portal

ହାଇକୋର୍ଟ ବେଞ୍ଚ ପାଇଁ ରାଜ୍ୟ ସରକାର ହିଁ ଦାୟୀ: ନରସିଂହ ମିଶ୍ର

ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଛି । ତେବେ ବେଞ୍ଚ ହେବ କି ନାହିଁ, ,ହାର ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ନରସିଂହ ମିଶ୍ର । ରାଜ୍ୟ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ ଏବଂ ପରେ କେନ୍ଦ୍ର ଆଇନ ଆଣିବେ ।

ସଂସଦରେ ବିଲ୍ ପାସ୍ ନ ହେବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ କୌଣସି କ୍ଷମତା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ସମ୍ବଲପୁରରେ ସୃଷ୍ଟି ହୋଇଥିବା ଏଭଳି ଏକ ସ୍ଥିତି ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ନରସିଂହ ମିଶ୍ର ଯୁକ୍ତ ବାଢିଛନ୍ତି । ପଶ୍ଚିମ ଓଡିଶାରେ ଏକ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରସ୍ତୁତ ହେଉ ବୋଲି ରାଜ୍ୟ ସରକାର ଚାହୁଁ ନଥିବା ସେ ପ୍ରକାଶ କରିଛନ୍ତି ।