Odia News Portal

ମର୍ୟ୍ୟାଦା ଉଲ୍ଲଘଂନ କରିଛନ୍ତି ମୋଦି: ରଣଦୀପ୍

କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେୱାଲା ଏକ ପ୍ରେସ୍ କନଫ୍ରେନ୍ସ କରି କହିଛନ୍ତି ଯେ ମୋଦି ଜୀଙ୍କୁ ଦିନରାତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହିଁ ସ୍ୱପ୍ନ ଆସୁଛି । ଯଦି ସେ ସ୍ୱଳ୍ପ ସମୟ ଦେଶ ପାଇଁ ଲଗାନ୍ତେ ତେବେ ତାଙ୍କର ଆଜି ଏଭଳି ଅବସ୍ଥା ହୋଇନଥାନ୍ତା ।

ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟ ଯୋଜନାକୁ ପରିହାସ କରି ଦେଶର ଗରିବଙ୍କୁ ପରିହାସ କରିବା କଥା ସେ କହିଥିଲେ । କେବଳ ଏତିକି ନୁହେଁ ମିରଠର କୃଷକଙ୍କୁ ସେ ଜବାବ୍ ଦିଅନ୍ତୁ ବିଜେପି ୧୪ ଦିନରେ ଯାହା ଦେବାକୁ ପ୍ରତିଶୃତି ଦେଇଥିଲା । ତା’ର ହେଲା କ’ଣ? ଏସପି,ଆରଏଲଡି ଏବଂ ବିଏସପିକୁ ‘ମଦ’ ସହ ତୁଳନା କରି ମୋଦି ମର୍ୟ୍ୟାଦା ଉଲ୍ଲଘଂନ କରିଛନ୍ତି ।

ରଣଦୀପ୍ ସୁରଜେୱାଲା କହିଥିଲେ , ଲୋକତାନ୍ତ୍ରିକ ତରିକାରେ ନିର୍ବାଚନ ଲଢୁଥିବା ୩ ଦଳକୁ ମଦ ସହ ତୁଳନା କରିବା କେତେ ଦୂର ଯୁକ୍ତିଯୁକ୍ତ? କିନ୍ତୁ ଆମେ ଏହାଠାରୁ ଅଧିକ ଆପଣଙ୍କ ଠାରୁ କିଛି ଆଶା କରୁନଥିଲୁ ।