Odia News Portal

ଜନ୍ମଜୟନ୍ତୀରେ କଲାମଙ୍କୁ ମନେ ପକାଇଲେ ନବୀନ

ଭୁବନେଶ୍ୱର() ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲ ମ୍ୟାନ ଡ. ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନେ ପକାଇଛନ୍ତି । ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଓଡିଶା ସହିତ କଲାମଙ୍କର ଦୀର୍ଘ ଦିନର ସମ୍ପର୍କ ରହିଥିଲା । କଲାମଙ୍କ ନାମରେ ଏକ ଦ୍ୱୀପକୁ ନାମିତ କରିବା କଲାମଙ୍କ ନିମନ୍ତେ ଆମର ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହା ସହିତ କଲାମଙ୍କ ସରଳତା ଏବଂ ବିଜ୍ଞାନ ଜଗତରେ ତାଙ୍କର ଅବଦାନ ତାଙ୍କୁ ଜନମାନସରେ ଚିରଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ।