ରାୟପୁର: ଛତିଶଗଡର ନାରାୟଣପୁର ଜିଲ୍ଲାରେ ଯାଉଥିବା ବସ୍ରେ ନକ୍ସଲଙ୍କ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇଛି । ଏହି ଦୁଃଖଦଘଟଣାରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବାବେଳେ 13 ଜଣ ଆହତ ହୋଇଛନ୍ତି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଧଉଡାଇ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ କାନହାରଗାଓଁ ଏବଂ କାଡେନାର ଗ୍ରାମ ମଧ୍ୟରେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଥିଲା । ପୋଲିସର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର କର୍ମଚାରୀମାନେ ବସ୍ରେ ରାଜଧାନୀ ରାୟପୁରଠାରୁ 300 କିଲୋମିଟର ଦୂରରେ ଥିବା ନାରାୟଣପୁର ସହରକୁ ଫେରୁଥିଲେ। ସେ ବିସ୍ଫୋରଣରେ ଡ୍ରାଇଭରଙ୍କ ସମେତ ପାଞ୍ଚ ଜଣ DRG କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି।