ବୋରିଗୁମ୍ମା ବ୍ଲକ ବି ସିଂହପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବରେ ଏସଆଇ ସମ୍ବିତ କୁମାର ସ୍ୱାଇଁ ଯୋଗଦାନ କରିଛନ୍ତି । ପୂର୍ବତନ ଥାନା ଅଧିକାରୀ ଦାମଦର ବିହାରୀଙ୍କ ଠାରୁ ଦାଇତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ସ୍ବାଇଁ । ଦାଇତ୍ଵ ଗ୍ରହଣ ପରେ ଶ୍ରୀ ସ୍ବାଇଁ ବିସିଂହପୁର ସାତ ଭଉଣୀ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିବା ଜଣା ପଡ଼ିଛି । ବିସିଂହପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ,ଅପରାଧ ନିୟନ୍ତ୍ରଣ ଏବଂ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସୁସମ୍ପର୍କ କିଭଳି ସୃଷ୍ଟି ହେବ ସେ ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଶ୍ରୀ ସ୍ୱାଇଁ । ଆଗକୁ ପୂଜା ପାର୍ବଣ ଥିବା ବେଳେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହେବ ସେ ଦିଗ ରେ ମଧ୍ୟ ବିସିଂହପୁର ପୋଲିସ ସଜାଗ ରହିବ ବୋଲି ମଧ୍ୟ କହିଛନ୍ତି । ୨୦୧୩ ବେଚର ଏସଆଇ ଶ୍ରୀ ସ୍ବାଇଁ ବୋରିଗୁମ୍ମା ଥାନା ରୁ ବଦଳି ହୋଇ ବି ସିଂହପୁର ଥାନାରେ ଯୋଗ ଦାନ କରିଛନ୍ତି । ସେହିପରି ପୂର୍ବତନ ଥାନା ଅଧିକାରୀ ଦମଦାର ବିହାରୀଙ୍କ ବଦଳି କାକରିଗୁମା କୁ ବଦଳି ହୋଇ ଥିବା ଜଣାପଡିଛି । ନୂତନ ଥାନା ଅଧିକାରୀ ଶ୍ରୀ ସ୍ବାଇଁଙ୍କୁ ବୋରିଗୁମ୍ମା ପ୍ରେସ କ୍ଲବ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ପ୍ରେସ କ୍ଲବର କୋଷାଦକ୍ଷ ମାନସ ରଞ୍ଜନ ହୋତା,ସୁଶୀଲ କୁମାର ଷଡଙ୍ଗୀ ,ପ୍ରତାପ ହୋତା,ସୁକାନ୍ତ ମାଝୀ,ଗୋପାଳ ଡ଼ଙ୍ଗରି ପ୍ରମୁଖ ଭେଟି ସ୍ୱାଗତ ଜଣାଇଛନ୍ତି