Odia News Portal

ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ, ଭିଜିଲାନ୍ସ କରୁଛି ବୟାନ ରେକର୍ଟ

ଭୁବନେଶ୍ବର () ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ । ଏତେ ସଂପତ୍ତି ଯେ ତାର କଳନା କରାଯାଇପାରୁନି । ଭିଜିଲାନ୍ସ ଅଫିସରଙ୍କ ଅକଲ ଗୁଡୁମ ହୋଇଯାଇଛି । ଗତ ୪୮ ଘଣ୍ଟା ଧରି ଚଢାଉ ଚାଲୁଛି । ଭିଜିଲାନ୍ସ ଯେତେ ଖୋଜୁଛି ସେତେ ସମ୍ପତ୍ତି ବାହାରୁଛି । ଗତକାଲି ରାତି ତମାମ ଚଢାଉ ଚାଲିଥିଲା । ଆଜି ଭିଜିଲାନ୍ସ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ବୟାନ ରେକର୍ଡ କରୁଛି । ସେପଟେ ମୁମ୍ବାଇରୁ ପୁଅ ଆକାଶକୁ ନେଇ ଭୁବନେଶ୍ବର ଆସୁଛି ଭିଜିଲାନ୍ସର ଏକ ଟମ । ଆଜି ତାଙ୍କ ବାସଭବନରୁ ୮ ଲକ୍ଷ ଟଙ୍କା ଜବତ ହୋଇଛି । ପିପିଲିରୁ ଡ୍ରାଇଭର ଘରୁ ୨୦ ଲକ୍ଷ ଏବଂ ଭୁବନେଶ୍ବରରେ ଏକ ଆପାର୍ଟମେଣ୍ଟରେ ଥିବା ତାଙ୍କ ପୁତୁରାଙ୍କ ଘରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଆଜି ସିଆରପିଏଫ ନିକଟରେ ଥିବା ପାଠକ କ୍ଲିନିକରେ ଚଢାଉ ଆରମ୍ଭ ହୋଇଛି ।

କେନ୍ଦ୍ରୀୟ ଏଜେନ୍‌ସିଠାରୁ ଖବର ପାଇ ରାଜ୍ୟ ତଥା ରାଜ୍ୟ ବାହାରେ ରେ଼ଡ୍ କରୁଛି ଭିଜିଲାନ୍‌ସ । ଭିଜିଲାନ୍‌ସ ସେଲ୍‌ର ପ୍ରାୟ ୧୫୦ ଅଫିସର ଏବଂ କର୍ମଚାରୀ ରେଡ୍‌ରେ ସାମିଲ ହୋଇଛନ୍ତି । ଓଡ଼ିଶାର ୫ଟି ଓ ରାଜ୍ୟ ବାହାରେ ୭ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି ।

ମୋଟ ଉପରେ କହିବାକୁ ଗଲେ ରାଜକୀୟଠାଣିରେ ଜୀବନକୁ ପୂରା ଉପଭୋଗ ଆଇଏଫଏସ ଅଭୟକାନ୍ତ ପାଠକ । ଜୀବନର ପ୍ରତି ମୁହୂର୍ତ୍ତ ତାଙ୍କ ପାଇଁ ଥିଲା ନିଆରା । ଚାର୍ଟର ପ୍ଲେନରେ ଯାତ୍ରା, ସୁଦୃଶ୍ୟ ବଙ୍ଗଳାବାଡ଼ି, ଦାମୀ କାଠର ସାଜସଜା ସାଙ୍ଗକୁ ବଡିଗାର୍ଡ ରଖିବା ଅୟାସିର ନମୁନା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ସ୍ବଚ୍ଛତା ଓ ଉତ୍ତରଦାୟିତ୍ବତା ଉପରେ ଗୁରୁତ୍ବ ଦେଉଥିଲେ ବି ଏହି ବାବୁ ଜଣକ ନିଜ ପଦପଦବୀର ଦୁରୁପୋଯୋଗ କରି ଅର୍ଜନ କରିଛନ୍ତି କୋଟି କୋଟି ଟଙ୍କା ।

ଘର ମୁହଁରୁ ଦାମୀ ଆସବାବ ପତ୍ରର ସମ୍ଭାରର ଝଲକ ଦେଖିବାକୁ ମିଳୁଥିଲା । ମୂଲ୍ୟବାନ କାଠରେ ହୋଇଛି ସବୁକିଛି ସାଜସଜା । ବିଳାସମୟ ଜୀବନ ଯାପନ କରୁଥିଲେ ଅଭୟକାନ୍ତ ପାଠକ । ଲକ୍‌ଡାଉନ୍‌ ବେଳେ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ପ୍ରତି ଥର ଚାର୍ଟର ପ୍ଲେନର ଯାତ୍ରା ଖର୍ଚ୍ଚ ହେଲା ୧୧ରୁ ୧୨ ଲକ୍ଷ ଟଙ୍କା ।

ଅଭୟଙ୍କ ପୁଅ ଆକାଶ କୌଣସି ଚାକିରି କରନ୍ତି ନାହିଁ । ତଥାପି ଲକ୍ଷ ଲକ୍ଷ ଟଙ୍କା ବିଳାସପୂର୍ଣ୍ଣ ଜୀବନ ଜିଇବା ରୁଚି ରହିଛି ତାଙ୍କର । ଫେସବୁକ୍ ଟାଇମ୍‌ଲାଇନ୍‌ରେ ନିଜର ବିଳସପୂର୍ଣ୍ଣ ଜୀବନଜାପନର ଫଟୋକୁ ପୋଷ୍ଟ କରି ଆନନ୍ଦ ନିଅନ୍ତି । କେବଳ ସେତିକି ନୁହେଁ, ବଡିଗାର୍ଡ ରଖୁଥିଲେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ । ଜଣେ ସରକାରୀ ଅଧିକାରୀ ହୋଇ ବଡିଗାର୍ଡ ରଖିବା ଅୟାସିର ଆଉ ଏକ ନମୁନା । ଏତେ ସଂପତ୍ତି ଥିଲା ଯେ, ବିନା ସୁରକ୍ଷା କର୍ମୀରେ ଘରୁ ପଦାକୁ ଗୋଡ଼ କାଢୁନଥିଲେ ଅଭୟ ।

ଭିଜିଲାନ୍‌ସ ରେଡ୍‌ ବେଳେ ତାଙ୍କର ଘର ସାମନାରେ ଅନେକ ଦାମୀ କାର ଥିବା ଦେଖିବାକୁ ମିଳିଛି । ମର୍ସିଡିଜ୍, ଏସୟୁଭି ସମେତ ବିଭିନ୍ନ କମ୍ପାନୀର କାର ରହିଛି । ୟାଭିତରୁ କେଉଁ ଗାଡ଼ି ଅଭୟକାନ୍ତଙ୍କ ନାଁରେ ରହିଛି, ଏବଂ କେଉଁ ଗାଡ଼ି ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରହିଛି, ତାର ମଧ୍ୟ ଖୋଳତାଡ଼ ଜାରିରଖିଛି ଭିଜିଲାନ୍‌ସ । ଜଣେ ଅତିରିକ୍ତ ପିସିସିଏଫ୍‌ଙ୍କ ଦରମା ଯାହା, ସେତିକିରେ ଏଭଳି ବିଳାସପୂର୍ଣ୍ଣ ଓ ଦାମୀ କାର କିଣିବା ଓ ବ୍ୟବହାର କରିବା ସମ୍ଭବ କି, ତାକୁ ନେଇ ଖୋଳତାଡ଼ କରୁଛି ଭିଜିଲାନ୍‌ସ ।