Odia News Portal

କର୍ମୀଙ୍କ ସହ ଟେଲିଫୋନରେ କଥା ହେବାକୁ ଡରିଲେଣି ନେତା

ଭୁବନେଶ୍ୱର() ଲୋକପ୍ରତିନିଧିମାନେ ଏବେ ନିଜ ନିଜର କର୍ମୀଙ୍କ ସହିତ ଟେଲିଫୋନ୍‍ରେ କଥା ହେବାକୁ ଡରିଲେଣି । ନିଜ ନିର୍ବାଚନ ମଣ୍ଡଳୀର ବହୁ ଚର୍ଚ୍ଚିତ ପରୀ ମୃତୁ୍ୟ ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଟେଲିଫୋନ୍‍ରେ କଥାହୋଇ ରାଜ୍ୟ କୃଷିମବୀ ଅରୁଣ ସାହୁ କାଠଗଡାରେ ଛିଡା ହେବାପରେ ଏବେ ଅନ୍ୟ ନେତାଙ୍କ ମଧ୍ୟରେ ଛନକା ପଶିଛି ।

ନୟାଗଡ ପରୀ ମୃତୁ୍ୟ ଘଟଣାରେ ସମ୍ପୃକ୍ତ ଝିଅର ପିତା ମାତା ବିଧାନସଭା ସ୧ୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏହା ସାରା ରାଜ୍ୟରେ ଚହଳ ପକାଇଛି । ମୁଖ୍ୟମବୀ ଘଟଣାରେ ହସ୍ତକ୍ଷେପ କରି ଏହାର ଠିକଣା ତଦନ୍ତ ହେବ ବୋଲି ଆଶ୍ୱାସନା ଦେଇଛନ୍ତି । ତେବେ ନିଜ ନିର୍ବାଚନମଣ୍ଡଳୀର ଘଟଣାଟି ହୋଇଥିବାରୁ ଶ୍ରୀ ସାହୁ ଏ ନେଇ ସମ୍ପୃକ୍ତ ସରପଞ୍ଚଙ୍କ ସହିତ ଟେଲିଫୋନ୍‍ରେ କଥାହୋଇଥିଲେ । ମବୀ ଟେଲିଫୋନ୍‍ କରିବାପରେ ସମ୍ପୃକ୍ତ ସରପଞ୍ଚ ଏହାକୁ ଚତୁରତାର ସହ ରେକର୍ଡିଂ କରାଇବା ସହିତ କିଛି ଅଂଶକୁ କାଟି ଦେଇଥିଲେ । ମବୀଙ୍କ କଥାକୁ ଅନ୍ୟ ବାଟେ ନେଇ ଉପରେ ପଡି ସମ୍ପୃକ୍ତ ସରପଞ୍ଚ କହିବା ସହିତ ଏହି ଘଟଣାକୁ ଗଣମାଧ୍ୟମକୁ ଦେବାପରେ ଘଟଣା ଅଧିକ ଜଟିଳ ହୋଇଛି ।

ତେବେ ଜଣେ ବିଧାୟକ କୌଣସି ଘଟଣାରେ ସ୍ଥାନୀୟ ସରପଞ୍ଚ କିମ୍ବା କର୍ମୀଙ୍କ ସହିତ ଆଲୋଚନା କରିବା ସମୟରେ ଯଦି ଏଭଳି ହୁଏ ତେବେ ତାହା ଅତ୍ୟନ୍ତ ବିପଦଜନକ ବୋଲି ଅନ୍ୟ ବିଧାୟକମାନେ ମତ ଦେଉଛନ୍ତି । ବିଶେଷକରି ଅରୁଣଙ୍କ ଭଳି ଯେଉଁ ବିଧାୟକମାନେ ୨୪ଘଣ୍ଟିଆ ଫୋନ୍‍ ଖୋଲା ରଖି ନିଜ ନିର୍ବାଚନମଣ୍ଡଳୀର ଭଲମନ୍ଦ ବୁଝିଥାନ୍ତି ସେମାନେ ଏବେ ଅଧିକ ଭୟଭୀତ ହୋଇଛନ୍ତି । କାରଣ କଥା ହେଲାବେଳେ ପାଟିରୁ କିଛି ଅନ୍ୟ ବିଷୟ ବାହାରିବା କିମ୍ବା କର୍ମୀଙ୍କ ପ୍ରଶ୍ନର କିଛି ଉତ୍ତର ଦେବା ହୁଏତ ତାଙ୍କୁ ଆଗାମୀ ଦିନରେ ମହଙ୍ଗା ହୋଇପାରେ । ଏପରିକି ତାଙ୍କ ରାଜନୈତିକ କ୍ୟାରିଅରକୁ ଧୂଳିସାତ ବି କରିଦେଇପାରେ ।

ଏଥିପାଇଁ ବିଧାନସଭା ଚାଲୁଥିବାରୁ ଅନେକ ବିଧାୟକ ଏବେ ସତର୍କ ହୋଇ ଉଠିଛନ୍ତି । ଅତି ଆବଶ୍ୟକ ନଥିଲେ କିମ୍ବା ଅଜଣା ନମ୍ବରରୁ ଫୋନ୍‍ ଆସିଲେ ତାହାକୁ ସହଜରେ ଧରୁ ନାହାନ୍ତି । କିଛି ନେତା ତ ଫୋନ୍‍ ଧରିବାପାଇଁ ଜଣେ ଜଣେ ଲୋକ ରଖିବା ଆରମ୍ଭ କଲେଣି । ଅରୁଣଙ୍କ ଉଦାହରଣ ଦେଇ କିଛି ନେତା କହିଛନ୍ତି ଯେ ଅତୀତରେ ବିଧାନସଭାରେ ଏଭଳି ସିଡି ନାଟକ କିଚି ନେତାଙ୍କ କ୍ୟାରିଅର ବରବାଦ କରିବା ସହିତ ମବୀମଣ୍ଡଳରୁ ବାଦ୍‍ ପକାଇଥିଲା । ତେଣୁ ଏବେ ଟେଲିଫୋନ୍‍ରେ କଥା ହେବା ଅପେକ୍ଷା ଯାହାର ଯାହା ଅସୁବିଧା ସେମାନଙ୍କୁ ଆସିବାକୁ ଭେଟି କହିବାକୁ ଉପଦେଶ ଦେବା ଶ୍ରେୟଷ୍କର ହେବା ଉଲ୍ଲେଖନୀୟ ପରୀ ମୃତୁ୍ୟ ଘଟଣା ପୁର୍ନବାର ଚର୍ଚ୍ଚାକୁ ଆସିବାପରେ ସ୍ଥାନୀୟ ସରପଞ୍ଚ ଏବେ ମବୀଙ୍କ ଅଡିଓ ଟେପ୍‍କୁ ବିଭିନ୍ନ ଗଣମାଧ୍ୟମକୁ ଦେଇ ଚର୍ଚ୍ଚାରେ ଅଛନ୍ତି । ନିଜର ପ୍ରଚାର ପାଇଁ ସରପଞ୍ଚ ଗଣମାଧ୍ୟମକୁ ଫଟାଫଟ ବାଇଟ୍‍ ଦେଉଥିବାବେଳେ କର୍ମୀଙ୍କ ଦୁଃଖ ସୁଖ ଆଲୋଚନା କରି ମବୀ ଏକ ପ୍ରକାର ଫସିଛନ୍ତି । ତେଣୁ ଏଭଳି ଘଟଣା ଆଗାମୀ ଦିନରେ ନେତା-କର୍ମୀଙ୍କ ମଧ୍ୟରେ କେବଳ ଦୂରତା ବଢାଇବ ନାହିଁ ଅବିଶ୍ୱାସ ବି ସୃଷ୍ଟି କରିବ ବୋଲି କିଛି ନେତା ଖୋଲାଖୋଲି ମତ ଦେଉଛନ୍ତି ।