Odia News Portal

ଖାସି କହି ଦେଉଥିଲେ ମେଣ୍ଢା ମାଂସ

କଟକ() ଛାଡ଼ଖାଇରେ ଧୋକା । ଗତକାଲି ମଙ୍ଗଳବାର ଦିନ ପଡ଼ିଥିଲା ଛାଡ଼ଖାଇ । ପ୍ରାୟ ଲୋକ ମଙ୍ଗଳବାର ଓଷା ପାଇଁ ଛାଡ଼ଖାଇ ପାଳି ନଥିଲେ । ଅପେକ୍ଷା କରିଥିଲେ ବୁଧବାରକୁ ତଥା ଆଜିକୁ । ଏଥିପାଇଁ ଆଜି ଆମିଷ ବଜାରରେ ଜମିଛି ଅସମ୍ଭାଳ ଭିଡ଼। ଗ୍ରାହକଙ୍କ ଗହଳି କହିଲେ ନସରେ।

ଗ୍ରାହକଙ୍କ ଭିଡ଼ ଦେଖି ଦୋକାନୀ ମଧ୍ୟ ଅତି ଚାଲାଖ ହୋଇଯାଇଛନ୍ତି। କଟକରେ ଛାଡ଼ଖାଇ ବଜାରରେ ଚଢ଼ାଉ ହୋଇଛି। ପୋତାପୋଖରୀ ଅଞ୍ଚଳରୁ ୧୮ଟି ମେଣ୍ଢା ଜବତ ହୋଇଛି। ଏଥିରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ। ମେଣ୍ଢା ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ଖାସି ମାଂସ କହି ବିକ୍ରି ଉଦ୍ୟମ ବେଳେ ଧରାପଡ଼ିଲେ ୩ ଜଣ। ଲୋକଙ୍କ ଡିମାଣ୍ଡ୍‌ ଏତେ ଅଧିକା ଥିଲେ ଯେ ଖାସି ଯୋଗାଇବା ସମ୍ଭବ ନୁହେଁ ଭାବିକି ଗ୍ରାହକଙ୍କୁ ମେଣ୍ଢା ମାସଂ ଦେଉଥିଲେ ଦୋକାନୀ।

ଏପଟେ ଛାଡ଼ଖାଇ ପାଇଁ ମଟନ୍‌ କିଲୋ ୭୦୦ଟଙ୍କା ଛୁଇଁଯିବ ବୋଲି ଜଣେ ମଟନ୍‌ ବ୍ୟବସାୟୀ କହିଛନ୍ତି ।