Odia News Portal

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କରୋନା

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ୍ । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନିରଞ୍ଜନ । ସଂକ୍ରମିତ ଚିହ୍ନଟ ହୋଇ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି କରୋନା ପରୀକ୍ଷା କରିବା ସହିତ ଆଇସୋଲେସନରେ ରହିବାକୁ ସେ କରିଛନ୍ତି ।
ପୂର୍ବରୁ ମଧ୍ୟ କୋଭିଡ ସଂକ୍ରମିତ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଜି ମଧ୍ୟ ପୁଣି ଥରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ସେ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ହୋମ ଆଇସୋଲେସନରେ ରହିବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି ନିରଞ୍ଜନ ପଟ୍ଟନାୟକ ।