Odia News Portal

ନାଇଟ୍ କର୍ଫ୍ୟୁକୁ କରୋନା କର୍ଫ୍ୟୁ ବୋଲି ଭାବ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅ ।ଲୋଚନା କରିଛନ୍ତି । ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- କୋଭିଡ୍ ବିରୋଧରେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାର ଅ ।ବଶ୍ୟକତା ରହିଛି । ଆମେ ପାଖେ ଭଲ ଅନୁଭବ, ମାନବସମ୍ବଳ ଓ ଟିକା ଅଛି । କରୋନାର ଦ୍ୱିତୀୟ ଲହର ବିରୋଧରେ ଆମେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି ।

ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଞ୍ଜାବ ଆଦି ରାଜ୍ୟରେ ସଂକ୍ରମଣ ଶିଖରରେ ରହିଛି । ଏହା ଏକ ଚିନ୍ତାର ବିଷୟ, ଲୋକ ଏଥିରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । କିନ୍ତୁ, କିଛି କିଛି ରାଜ୍ୟରେ ପ୍ରଶାସନ ହୁଗୁଳା ହୋଇ ପଡ଼ିଛି । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ଟ୍ରେସିଂ ଓ ଟ୍ରାକିଂ ହେଉଛି ମାଧ୍ୟମ । ଆମେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବା ଅ ।ବଶ୍ୟକ । ଯେଉଁଠାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି ତାକୁ “କରୋନା କର୍ଫ୍ୟୁ’ ଆଲର୍ଟ ରହିବା । ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି ।
ପିଏମ୍ ମୋଦି କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି । ୭୦ ପ୍ରତିଶତ ଅ ।ରଟି-ପିସିଅ ।ର୍ କୋଭିଡ୍ ଟେଷ୍ଟ ଅ ।ମ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ସଂକ୍ରମଣ ସଂଖ୍ୟା ବଢ଼ିଲେ ମଧ୍ୟ ଟେଷ୍ଟିଂ ବଢ଼ାଯିବା ଉଚିତ । ମୃତ୍ୟୁହାର୍ କମ୍ ରହିବା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର । ଏପ୍ରିଲ୍ ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।
ଅ ।ମେ କରୋନା ଟେଷ୍ଟିଂକୁ ଭୁଲି ଯାଇ ଟିକାକରଣ ଉପରେ ଧ୍ୟାନ ଦେଇଥିବା ଏକ ସମସ୍ୟା ବୋଲି କହିଛନ୍ତି ମୋଦି । ଭ୍ୟାକ୍ସିନ୍ ବିନା ଅ ।ମେ କୋଭିଡ୍ ବିରୋଧୀ ଯୁଦ୍ଧ ଜିତି ପାରିବା ନାହିଁ । କିନ୍ତୁ ଅ ।ମକୁ ତା’ସହ କରୋନା ଟେଷ୍ଟିଂ ଉପରେ ଧ୍ୟାନ ଦେବାକୁ ପଡ଼ିବ ।