Odia News Portal

କେବେ କମିବ ଓଡ଼ିଆ ଗଣମାଧ୍ୟମଙ୍କ କଳି?

ଭୁବନେଶ୍ୱର: ଖବର କମ୍‌, କଳି ଅଧିକ । ଲୋକଙ୍କ ଖବର ଚୁଲିକୁ ଗଲାଣି । ଟିଆରପି ଟକ୍କରରେ ଗଣମାଧ୍ୟମ ପାଲଟୁଛି ଗଣମାଧ୍ୟମର ଶତ୍ରୃ । ତେବେ ଏହି ଘଟଣା ଓଡ଼ିଶାରେ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି ଘଟଣା ଲୋକ ଲୋଚନକୁ ଆସୁଛି । ଟୋକିଓ ଅଲିମ୍ପିକ୍ସରେ ଧାବିକା ଦୂତି ଚାନ୍ଦ ହାରିବା ପରେ ତାଙ୍କୁ ନେଇ ବଡ଼ ଭଉଣୀ ସରସ୍ୱତୀ ଦେଇଥିବା ମନ୍ତବ୍ୟକୁ ନେଇ ଓଡ଼ିଆ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା । ତେବେ ଦୂତି ସମର୍ଥନରେ କନକ ନ୍ୟୁଜ ଖବର ପ୍ରସାରଣ କରୁଥିବା ଫୋକସ ପ୍ଲସ ନାମକ ଏକ ୱେବ ଚ୍ୟାନେଲ ଅଭିଯୋଗ କରିଛି । ତେବେ ଘଟଣାରେ କେତେଦୂର ସତ୍ୟାସତ୍ୟ ରହିଛି ତାହା ପାଠକେ ଭଲ ଭାବରେ ଜାଣନ୍ତି । ନିଜ ପେଜରେ କନକ ନ୍ୟୁଜ ବିପକ୍ଷରେ ପୋଷ୍ଟ କରିଥିବା ଏହି ଲେଖାଲେ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି, ନିଜ ନିଜ ମଧ୍ୟରେ ଝଗଡ଼ା କରିବା କେତେଦୂର ଯଥାର୍ଥ ।

ଲୋକେ କରୋନା, ଡେଙ୍ଗୁରେ ଛଟପଟ ହେଉଛନ୍ତି । ଆଉ କେଉଁଠି ଗାଁକୁ ରାସ୍ତା ନାହିଁ । ଏଭଳି ଖବର ନଦେଖାଇ ଗଣମାଧ୍ୟମ ଗଣମାଧ୍ୟମରେ ଟାର୍ଗେଟ କରିବାକୁ ସାଧାରଣରେ ନିନ୍ଦା କରାଯାଉଛି । ତେବେ କିଛିଦିନ ପୂର୍ବେ ପକେଟ ନ୍ୟୁଜ୍ ଏବଂ ଦ ପଲିଟିକ୍ସ ନାମକ ଦୁଇଟି ୱେବ ଚ୍ୟାନେଲ ଓଟିଭି ବିପକ୍ଷରେ ଖବର ପ୍ରସାରଣ ମଧ୍ୟ କରିଥିଲେ । ତେବେ କେବଳ ଏହି ଦୁଇଟି ଉଦାହରଣ ଆପଣଙ୍କ ସାମନାରେ ରଖୁଛୁ । ପୂର୍ବରୁ ଏଭଳି ଅନେକ ଗଣମାଧ୍ୟମ ଅନ୍ୟ ଏକ ଗଣମାଧ୍ୟମରେ ବିପକ୍ଷରେ ଖବର ପ୍ରସାରଣ କରିବାର ନଜିର ମଧ୍ୟ ରହିଛି । ତେବେ ଜନସାଧାରଣଙ୍କ ଅସୁବିଧାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଦିଗରେ ନଜର ଦେବାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଯାହାକୁ ନେଇ ସାଧାରଣ ଲୋକେ ମଧ୍ୟ କହିଲେଣି କେବେ କମିବ ଗଣମାଧ୍ୟମର କଳି?