Odia News Portal

ଦିଲ୍ଲୀରେ ଓଡିଆ ଅଫିସରଙ୍କ ଆତ୍ମହତ୍ୟା

ଭାରତର ଗୁଇନ୍ଦା ସଂସ୍ଥା- ରିସର୍ଚ୍ଚ ଆଣ୍ଡ୍ ଆନାଲିସସ ଉଇଙ୍ଗ – ଆରଏଡବ୍ଲୁର ଜଣେ ଓଡ଼ିଆ ଅଧିକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ୧୦ ମହଲା କୋଠାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ ସ୍ଥିତ ଅଫିସର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଓଡ଼ିଆ ଅଧିକାରୀଙ୍କ ନାମ ଅନିକେତ କୁମାର ଏବଂ ତାଙ୍କ ଘର କଟକରେ ବୋଲି ଜଣାପଡିଛି।

ଅଫିସ ଆସିବାର କିଛି ସମୟ ପରେ ହିଁ ସେ କୋଠାରୁ ଡେଇଁ ପଡ଼ିଥିଲେ। ଲୋଧିରୋଡ ପୋଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାନସିକ ଚାପ ଯୋଗୁଁ ଅନିକେତ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।