Odia News Portal

ହରେଶ ସାହୁ ହେଲେ ଓଡ଼ିଶା ନାଟ୍ୟସଂଘର ସଭାପତି

ଭୁବନେଶ୍ୱର: ଓଡ଼ିଶା ନାଟ୍ୟସଂଘର ବିଭିନ୍ନ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହରେଶ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶୁଭକାନ୍ତ ପାଢ଼ୀ ସମ୍ପାଦକ ପଦବୀ ପାଇଛନ୍ତି । ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଥିଲା ବୈଠକ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ ବିଭିନ୍ନପଦବୀ ଲାଗି ନିର୍ବାଚନ ହୋଇଥିଲା । ସଭାପତି ଏବଂ ସମ୍ପାଦକଙ୍କ ଅନ୍ୟ ଅନ୍ୟ ପଦବୀରେ ରହିଛନ୍ତି ସତ୍ୟଜିତ ଜେନା(କୋଷାଧ୍ୟକ୍ଷ), ଶିବ ଶଙ୍କର ତ୍ରିପାଠୀ(ପୂର୍ବ ଯୁଗ୍ମ ସମ୍ପାଦକ), ପ୍ରଦୀପ ମାଝୀ (ପଶ୍ଚିମ ଯୁଗ୍ମ ସମ୍ପାଦକ), ଆଶୀଷ ବର୍ଦ୍ଧନ (ଉତ୍ତର ଯୁଗ୍ମ ସମ୍ପାଦକ), ରାମଚନ୍ଦ୍ର ସାସମଲ (ଦକ୍ଷିଣ ଯୁଗ୍ମ ସମ୍ପାଦ) ଏବଂ ଜିତେନ୍ଦ୍ର ପଟ୍ଟନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ୪ ପ୍ରାନ୍ତ ଲାଗି ଯୁଗ୍ମ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।